ଉପ ରାଷ୍ଟ୍ରପତି ନିର୍ବାଚନରେ କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବନି: ମମତା

ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି….

ନୂଆଦିଲ୍ଲୀ: ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀଙ୍କୁ ଲାଗିଛି ଶକ୍ତ ଝଟକା । ରାଷ୍ଟ୍ରପତି ନିର୍ବାଚନରେମମତା ବାନାର୍ଜୀଙ୍କ ଉପ ରାଷ୍ଟ୍ରପତି ନିର୍ବାଚନରେ ନିଜ ଆଭିମୁଖ୍ୟ ବଦଳାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରାମର୍ଶକ୍ରମେ ବିରୋଧୀ ଦଳଗୁଡ଼ିକ ଯଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଥିଲେ । ହେଲେ ଏବେ ମମତା କଂଗ୍ରେସ ଦ୍ୱାରା ଚୟନ ହୋଇଥିବା ଉପ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ସମର୍ଥନ କରିବେ ନାହିଁ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ଯେଉଁଭଳି ଉପ ରାଷ୍ଟ୍ରପତି ପ୍ରାର୍ଥୀ ବାଛିଲେ, ତାହା ମମତାଙ୍କୁ ବ୍ୟଥିତ କରିଛି । ଏଥିପାଇଁ ସେ ଉପ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ କିମ୍ବା ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ଼ଙ୍କୁ ସମର୍ଥନ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଉପ ରାଷ୍ଟ୍ରପତି ନିର୍ବାଚନରେ ଟିଏମସିର ସାଂସଦମାନେ କୌଣସି ବି ପ୍ରାର୍ଥୀଙ୍କ ଭୋଟ ଦେବେ ନାହିଁ । ଭୋଟ ଦାନରୁ ଟିଏମସି ସାଂସଦମାନେ ଦୂରେଇ ରହିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି ।