ମୁହଁ ଖୋଲିଲେ ସୁସ୍ମିତାଙ୍କ ଏକ୍ସ ବୟଫ୍ରେଣ୍ଡ
ଏବେ ସୁସ୍ମିତାଙ୍କ ପୂର୍ବତନ ବୟଫ୍ରେଣ୍ଡ ପ୍ରେମକୁ ନେଇ ଏକ ବାର୍ତ୍ତା ସେଆର କରିଛନ୍ତି…..
ମୁମ୍ବାଇ: ଚର୍ଚ୍ଚାରେ ଅଭିନେତ୍ରୀ ସୁସ୍ମିତା ସେନ ଓ ବ୍ୟବସାୟୀ ଲଳିତ ମୋଦିଙ୍କ ପ୍ରେମ ସମ୍ପର୍କ । ଲଳିତ ମୋଦିଙ୍କ ସହ ସୁସ୍ମିତାଙ୍କ ରୋମାନ୍ସକୁ ନେଇ ସୋଶାଲ ମିଡିଆରେ ମଧ୍ୟ ନିଆଁ ଲାଗିଛି । ଅନେକ ୟୁଜର୍ସ ସୁସ୍ମିତାଙ୍କୁ ଟ୍ରୋଲ ମଧ୍ୟ କରୁଛନ୍ତି । ଏବେ ସୁସ୍ମିତାଙ୍କ ପୂର୍ବତନ ବୟଫ୍ରେଣ୍ଡ ପ୍ରେମକୁ ନେଇ ଏକ ବାର୍ତ୍ତା ସେଆର କରିଛନ୍ତି । ଏଥିରେ ସେ କହିଛନ୍ତି, ‘ମୁ ଏହା ଦେଖି ଚକିତ ଯେ, ମଣିଷ କାହିଁକି ପ୍ରେମରେ ଏତେ ଦୁଃଖିତ ରୁହେ । ନିଜ ପାର୍ଟନରଙ୍କ ଉପରେ ଅଧିକ ଡିପେଡେଣ୍ଟ ରୁହନ୍ତି । ପ୍ରଥମେ ନିଜକୁ ସମ୍ପୂର୍ଣ୍ଣ କର, ପରେ ପାର୍ଟନର ଖୋଜ । କେବଳ ଏତିକି ନୁହେଁ ତୁମ ବ୍ୟତୀତ ଅନ୍ୟ କେହି ତୁମକୁ ଖୁସି କରିପାରିବେ ନାହିଁ । ଆମେ ନିଜେ ନିଜକୁ ଖୁସି ରଖିପାରିବା ।