ଚୀନ-ପାକିସ୍ଥାନର ଚିନ୍ତା ବଢ଼ାଇଲା ଆଇଏନଏସ ବିକ୍ରମାଦିତ୍ୟ

ଏହି କାରଣରୁ ଚୀନ-ପାକିସ୍ଥାନ ସର୍ବଦା ଟେନସନରେ ରହିଥାନ୍ତି…..

ନୂଆଦିଲ୍ଲୀ : ଭାରତର ଏକମାତ୍ର ବିମାନ ବାହକ ଯୁଦ୍ଧ ଜାହାଜ ଅଚାନକ ଚର୍ଚ୍ଚାକୁ ଆସିଛି । ଯେତେବେଳେ କି ଇଣ୍ଡିଆନ ନାଭି ଏଥିରେ ନିଆଁ ଲାଗିବାର ସୂଚନା ଦେଇ ଟ୍ୱିଟ କରିଥିଲା । ଟ୍ୱିଟରେ ନେଭିର ପ୍ରବକ୍ତା ଜଣାଇଛନ୍ତି ଯେ ନିଆଁ ଉପରେ ଠିକ ସମୟରେ ନିୟନ୍ତ୍ରଣ କରାଯାଇଥିଲା । ଆଇଏନଏସ ବିକ୍ରମାଦିତ୍ୟର ସମୁଦ୍ର ଟ୍ରାଏଲ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ସୂଚନା ସାମ୍ନାକୁ ଆସିବା ମାତ୍ରେ ସମସ୍ତେ ବ୍ୟସ୍ତ ବିବ୍ରତ ହୋଇପଡ଼ିଥିଲେ କାରଣ ଏହାର ଭାରତର ସୁରକ୍ଷା ଦିଗରେ ସାମୁଦ୍ରିକ କ୍ଷେତ୍ରରେ ସବୁଠାରୁ ମଜବୁତ ଯୁଦ୍ଧ ଜାହାଜ । ଏହି କାରଣରୁ ଚୀନ-ପାକିସ୍ଥାନ ସର୍ବଦା ଟେନସନରେ ରହିଥାନ୍ତି । ଭାରତୀୟ ନୌସେନାକୁ ଖୁବଶୀଘ୍ର ଦେଶରେ ଏକ ବିମାନ ବାହକ ଯୁଦ୍ଧ ଜାହାଜ ଆଇଏନଏସ ବିକ୍ରାନ୍ତ ମିଳିବାକୁ ଯାଉଛି ।

ଏହାକୁ ଭାରତୀୟ ନାଭିରେ ସାମିଲ କରାଯିବା ପରେ ଭାରତ ଚୀନ ଉପରେ ଆଉରି ଅଧିକ ଭାରି ପଡ଼ିବ । ଏହାପରେ ଆରବ ସାଗର ଏବଂ ବଙ୍ଗୋପସାଗର କିମ୍ବା ପ୍ରଶାନ୍ତ ମହାସାଗରରେ ଶତ୍ରୁ ଭାରତର ଦୃଷ୍ଟିରୁ ରକ୍ଷା ପାଇପାରିବ ନାହିଁ । ଭାରତକୁ ଦ୍ୱିତୀୟ ବିମାନ ବାହକ ଜାହାଜ ମିଳିବା ପରେ ଏହା ସାମଗ୍ରିକ ଭାବରେ ଭାରତ ଏକମାତ୍ର ଏଭଳି ଦେଶ ହେବ ଯାହା ପାଖରେ ୨ଟି ବିମାନ ବାହକ ଜାହାଜ ରହିବ । ବଙ୍ଗୋପସାଗର ଲାଗି ଭାରତକୁ କେବଳ ଦୁଇଟି ବିମାନ ବାହକ ଜାହାଜ ଉପରେ ହିଁ ନିର୍ଭର କରିବାକୁ ପଡ଼ିବ । ଆଇଏନଏସ ବିକ୍ରମାଦିତ୍ୟ ପ୍ରସଙ୍ଗରେ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହା ରୁଷରେ ନିର୍ମିତ ବିମାନ ବାହକ ଜାହାଜ ପ୍ରଥମ ନାମ ଆଡ଼ମିରାଲ ଗୋରସୋବ ଥିଲା ।