ନୂଆଦିଲ୍ଲୀ : ଟିମ ଇଣ୍ଡିଆର ପୂର୍ବତନ କ୍ୟାପଟେନ ବିରାଟ କୋହଲି-ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ସହ ପ୍ୟାରିସରେ ଛୁଟି କାଟୁଛନ୍ତି । ଅନୁଷ୍କା ଏକ ଫଟୋ ସେୟାର କରି ଲେଖିଛନ୍ତି ଯେ, ହ୍ୟାଲୋ ପ୍ୟାରିସ । କୋହଲି ଏବେ ପ୍ୟାରିସରେ ଛୁଟି କାଟୁଛନ୍ତି ବୋଲି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି । ଇଂଲଣ୍ଡ ବିପକ୍ଷରେ ଟେଷ୍ଟ, ଟି ୨୦ ଏବଂ ଦିନିକିଆ ମ୍ୟାଚ ଖେଳିବା ପରେ ବିରାଟ କୋହଲି ଏବେ ଫ୍ରି ହୋଇଯାଇଛନ୍ତି । ଆସନ୍ତା ଏକ ମାସ ଯାଏଁ କୌଣସି ସିରିଜ ଖେଳିବାର ଯୋଜନା ନାହିଁ ।