ବେଙ୍ଗାଲୁରୁ : ଅଭିନେତା ବିବେକ ଓବେରୟଙ୍କ ଘରେ ପୋଲିସ୍ ଚଢ଼ାଉ । ବେଙ୍ଗାଲୁରୁ ୨ଜଣ ପୋଲିସ୍ ଦ୍ବିପହର ୧ଟାରେ ଚଢ଼ାଉ ଆରମ୍ଭ କରିଛନ୍ତି। ବେଙ୍ଗାଲୁରୁ ପୋଲିସ୍ ସର୍ଚ୍ଚ ଓ୍ବାରେଣ୍ଟ ନେଇ ବିବେକ ଓବେରୟଙ୍କ ଜୁହୁ ସ୍ଥିତ ଘରେ ପହଞ୍ଚିଛି।

ଏହି ଚଢ଼ାଉ ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ମାମଲାରେ କରାଯାଇଛି । ଆଦିତ୍ୟ ଅଲଭା ଫେରାର ଅଛନ୍ତି। ବିବେକ ଓବେରୟ ଘରେ ଲୁଚି ଥିବା ସୂଚନା ରହିଥିଲା । ଏହାକୁ ନେଇ ସେମାନେ ଏଠାରେ ଚଢ଼ାଉ କରିଛନ୍ତି। ଏଥିପାଇଁ କୋର୍ଟରୁ ଓ୍ବାରେଣ୍ଟ ନିଆଯାଇଥିଲା ଏବଂ କ୍ରାଇମ ବ୍ରାଞ୍ଚର ଟିମ୍ ବେଙ୍ଗାଲୁରୁରୁ ମୁମ୍ବାଇରେ ତାଙ୍କ ଘରେ ପହଞ୍ଚିଛି।
ଆଦିତ୍ୟ ଅଲଭାଙ୍କ ବେଙ୍ଗାଲୁରୁ ଘରର ମଧ୍ୟ ପୋଲିସ୍ ତଲାଶୀ ନେଇଛି। ଆଦିତ୍ୟ ଅଲଭା କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ଜୀବରାଜ ଅଲଭାଙ୍କ ପୁଅ। ତାଙ୍କ ବିରୋଧରେ କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିର ଗାୟକ ଏବଂ ଅଭିନେତାଙ୍କୁ କଥିତ ଭାବେ ଡ୍ରଗ୍ସ ସପ୍ଲାଇ କରିବାର ଅଭିଯୋଗ ରହିଛି।
କନ୍ନଡ଼ ଫିଲ୍ମ ଇଣ୍ଡଷ୍ଟ୍ରିକୁ ସ୍ୟାଣ୍ଡଲଉଡ ନାମରେ ମଧ୍ୟ ଜଣା ଯାଏ। ବଲିଉଡ ଭଳି ସାଉଥରେ ମଧ୍ୟ ଡ୍ରଗ୍ସକୁ ନେଇ ଖୁଲାସା ହୋଇଥିଲା। କେତେକ ପେଡଲର ମଧ୍ୟ ଗିରଫ ହୋଇଥିଲେ। ଏହା ସହିତ ଏହି ମାମଲାରେ ଅଭିନେତ୍ରୀ ରାଗିଣୀ ଦ୍ବିବେଦୀ ଏବଂ ସଞ୍ଜନା ଗଲରାନିଙ୍କୁ ଗିରଫ କରାଯାଇଥିଲା।