ପଞ୍ଚମ ଶ୍ରେଣୀ ନାବାଳିକାକୁ ୫ଯୁବକଙ୍କ ଗଣ-ବଳାତ୍କାର

ଝାଡ଼ଖଣ୍ଡ: ଦେଶରେ ଥମିବାର ନା ଧରୁନି ଗଣ-ବଳାତ୍କାର। ଦିନକ ପରେ ଦିନେ କୋଣ ଅନୁକୋଣରୁ ଶୁଣିବାକୁ ମିଳୁଛି ବଳାତ୍କାର ଛାତିଥର କାହାଣୀ । ଏହାରି ଭିତରେ ପଞ୍ଚମ ଶ୍ରେଣୀ ଆଦିବାସୀ ନାବାଳିକାକୁ ପାଞ୍ଚ ଜଣ ଯୁବକ ଗଣ-ବଳାତ୍କାର କରିଛନ୍ତି । ଝାଡ଼ଖଣ୍ଡର ରାଜ୍ୟର, ଗୁମଲା ଅଞ୍ଚଳରେ ଏହି ଘଟଣା ଘଟିଛି । ନାବାଳିକାକୁ ତାଙ୍କ ଘରୁ ଅପହରଣ କରିନେଇ ଯୁବକ ମାନେ ବଳତ୍କାର କରିଥିବା ଜାଣିବାକୁ ମିଳିଛି । ଏହି ଘଟଣାଟି ଗତ ଶନିବାର ରାତିରେ ଘଟିଥିବା ଅଭିଯୁକ୍ତଙ୍କ ଦ୍ୱାରା ବଳପୂର୍ବକ ଦବାଇବାକୁ ଚେଷ୍ଟା କରାଯାଇଥିଲା ବୋଲି ପରିବାର ଅଭିଯୋଗ କରିଛନ୍ତି ।

ତେବେ ଯେତେବେଳେ ପିଡୀତାଙ୍କ ପରିବାର ଲୋକେ ଏହି ଘଟଣା ଭିଆଇଥିବା ଦୁଇ ଅଭିଯୁକ୍ତଙ୍କୁ ଧରି ମାଡ଼ ମାରିଥିଲେ, ସେବେ ଏହି ସମ୍ପୃକ୍ତ ଘଟଣାର ପର୍ଦାଫାସ ହୋଇପାରିଲା । ପରିବାର ଲୋକେ ଏହି ଅମାନବୀୟ କାଣ୍ଡ ପାଇଁ ଉତ୍ୟକ୍ତ ହୋଇ ଏହି ଦୁଇ ଅଭିଯୁକ୍ତ ଯୁବକଙ୍କ ହାତ ଏବଂ ଗୋଡକୁ ହାଣି ଦେବା ପାଇଁ ଉଦ୍ୟମ କରିଥିଲେ । ଏପରିକି ,ପ୍ରତିଶୋଧ ପରାୟଣ ହୋଇ ଏହି ଦୁଇ ଅଭିଯୁକ୍ତଙ୍କୁ ନିସ୍ତୁକ ମାଡ଼ ମରାଯାଇ ଥିବାବେଳେ ତାଙ୍କ ହାତ ଏବଂ ପାଦକୁ ଧାରୁଆ ଅସ୍ତ୍ର ଦ୍ୱାରା ଆକ୍ରମଣ ମଧ୍ୟ କରିଛନ୍ତି ପୀଡ଼ିତାଙ୍କ ସମ୍ପର୍କୀୟ । ଏହି ଦୁଇ ଅଭିଯୁକ୍ତ ଡାକ୍ତରଖାନାରେ ଭର୍ତ୍ତି ହେବାପରେ ହିଁ ଏହି ସମ୍ପୂର୍ଣ୍ଣ ଘଟଣା ଏବେ ସାମ୍ନାକୁ ଆସିପାରିଛି । ପୋଲିସ ଘଟଣାର ସମ୍ପୃକ୍ତ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଏବେ ଗିରଫ କରିଛି ।

ସବୁଠାରୁ ବଡକଥା ହେଲା ଘଟଣାର ପୀଡିତ ଏବଂ ଆରୋପୀ ଉଭୟ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଥିବା ବେଳେ,ଏହି ଘଟଣାକୁ ନେଇ ଉଭୟ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତିକର ପରିବେଶ ସୃଷ୍ଟି ହୋଇଅଛି । ଏଇମିତିରେ, ଏହି ଘଟଣାକୁ ନେଇ ଏକ ପଞ୍ଚାୟତ ମଧ୍ୟ ବସାଯାଇ ଥିଲା ଗାଁ ରେ, ଅଭିଯୁକ୍ତ ମାନେ ଖୋଲାଖୋଲି ଭାବେ ପିଡିତାଙ୍କ ପରିବାରକୁ ମାମଲା ରୁଜୁ ନକରିବାକୁ ଧମକ ଦେବାସହ ତାଙ୍କ ଘର ଜାଳିଦେବାକୁ ମଧ୍ୟ ଧମକ ଦେଇଥିଲେ । ତେଣୁ ପୋଲିସ ଉକ୍ତ ଘଟଣାର ଏହି ସବୁ ଦିଗ ଉପରେ କଡା ନଜର ରଖିବା ସହ ଉଭୟ ସମ୍ପ୍ରଦାୟ ବସବାସ କରୁଥିବା ସ୍ଥାନରେ ନିୟମିତ ପେଟ୍ରୋଲିଂ ଜାରୀ ରଖିବା ସହ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା ଚଳାଇଛି ।ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ନିୟନ୍ତ୍ରଣ ରାଖଜାଇଥିବା ସହ ଅଭିଯୁକ୍ତ ମାନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ନେଇ କହିଛନ୍ତି” ଚଇନପୁର, SDPO କହିଛନ୍ତି ।