ଶାଶୁ-ଶଶୁରଙ୍କ ଘରେ ବୋହୂର ବି ରହିବ ଅଧିକାର

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଜି ଏକ ଗୁରୁତ୍ତ୍ୱପୂର୍ଣ ରାୟ ଶୁଣାଇଛନ୍ତି । ଘରୋଇ ହିଂସା ଅଧିନିୟମରେ ବୋହୂକୁ ନିଜ ସ୍ୱାମୀଙ୍କ ପିତା-ମାତାଙ୍କ ଘରେ ରହିବାର ଅଧିକାର ଅଛି। ଜଷ୍ଟିସ୍‌ ଅଶୋକ ଭୂଷଣଙ୍କ ଅଧକ୍ଷତାରେ ୩ ଜଣିଆ ଖଣ୍ଡପୀଠ ତରୁଣ ବାତ୍ରାଙ୍କ ମାମଲାରେ ଏଭଳି ଏକ ରାୟ ଶୁଣାଇଛନ୍ତି।

ପୂର୍ବରୁ ତରୁଣ ବାତ୍ରାଙ୍କ ମାମଲାରେ ଦୁଇ ଜଣିଆ ଖଣ୍ଡପୀଠ କହିଥିଲେ, ନିଜ ସ୍ୱାମୀଙ୍କ ବାପା-ମାଙ୍କ ସ୍ୱାମିତ୍ତ୍ୱରେ ଥିବା ସମ୍ପତିରେ ଭାଗ ନେଇପାରିବେନି ବୋହୂ। କିନ୍ତୁ ଆଜି ଏହି ମାମଲାରେ ନିଷ୍ପତ୍ତିକୁ ପରିବର୍ତ୍ତନ କରିବା ସହ ୬-୭ ପ୍ରଶ୍ନର ଉତ୍ତର ମଧ୍ୟ ରଖିଛନ୍ତି। କେବଳ ସ୍ୱାମୀଙ୍କ ସମ୍ପତ୍ତିର ନୁହେଁ ବରଂ ଶାଶୁ-ଶ୍ବଶୁରଙ୍କ ଘରର ଅଧିକାର ଝିଅ ଭଳି ବୋହୂକୁ ମଧ୍ୟ ମିଳିବ ବୋଲି ଖଣ୍ଡପୀଠ ରାୟ ଶୁଣାଇଛନ୍ତି।