କ୍ୟାପ୍ଟେନ କୁଲ୍‌ଙ୍କ ରେକର୍ଡ ଭାଙ୍ଗିଲେ ଅକ୍ଷର

ଅକ୍ଷର ୧୮୨ ଷ୍ଟ୍ରାଇକ୍‌ ରେଟରେ ରନ୍‌ କରିଥିଲେ ଓ ଦଳକୁ ବିଜୟୀ କରାଇଥିଲେ…

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ ଦ୍ୱିତୀୟ ଦିନିକିଆରେ ୱେଷ୍ଟଣ୍ଡିଜକୁ ପରାସ୍ତ କରିବା ସହ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି । ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ଅକ୍ଷର ପଟେଲ କମାଲ କରିଥିଲେ ଯେଉଁଥି ପାଇଁ ଭାରତ ମ୍ୟାଚ୍‌ ଜିତିନେଇଥିଲା । ଅକ୍ଷର ପଟେଲ ମାତ୍ର ୩୫ ବଲରେ ୫୪ ରନ୍‌ କରିଥିଲେ । ଅକ୍ଷର ୧୮୨ ଷ୍ଟ୍ରାଇକ୍‌ ରେଟରେ ରନ୍‌ କରିଥିଲେ ଓ ଦଳକୁ ବିଜୟୀ କରାଇଥିଲେ । ସେହିପରି ଅକ୍ଷର ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଏକ ବଡ ରେକର୍ଡ ଭାଙ୍ଗିଛନ୍ତି ।

ସାତ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ଆସି ରନର ପିଛା କରୁଥିବା ବେଳେ ସବୁଠୁ ଅଧିକ ଛକା ଲଗାଇଛନ୍ତି ଅକ୍ଷର । ସେ ୫ଟି ଛକା ଲଗାଇଥିଲେ । ପୂର୍ବରୁ ଏହି ରେକର୍ଡ ଧୋନୀଙ୍କ ନାଁରେ ଥିଲା । ଧୋନୀ ରନ୍‌ ଚେଜ୍‌ କରିବା ବେଳେ ୭ ନମ୍ବରରେ ଆସି ସର୍ବାଧିକ ତିନୋଟି ଛକା ଲଗାଇଥିଲେ ।