ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ଚୀନ ରାଷ୍ଟ୍ରପତି ଜିନ୍‌ପିଙ୍ଗ

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ….

ନୂଆଦିଲ୍ଲୀ: ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତର ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିନପିଙ୍ଗ ଶୁଭେଚ୍ଛା ସହ କହିଛନ୍ତି ଯେ, ଉଭୟ ଦେଶ ମଧ୍ୟରେ ରାଜନୈତିକ ବିଶ୍ୱାସ ବଢାଇବା ସହ ମତଭେଦ ଦୂର କରିବା ଦିଗରେ ମିଶିକି କାମ କରିବା ପାଇଁ ପ୍ରସ୍ତୁତ ଅଛୁ । ଚୀନ-ଭାରତ ପରସ୍ପରର ମହତ୍ତ୍ୱପୂର୍ଣ୍ଣ ପଡୋଶୀ । ଉଭୟ ଦେଶ ମିଶି ବିକାଶ ଦିଗରେ କାର୍ଯ୍ୟ କରିବା ଜରୁରୀ ବୋଲି ଚୀନ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ କହିଛନ୍ତି ।