ଯୁଦ୍ଧ ବିରତି ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି

ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲାବେଳେ ୟୁକ୍ରେନକୁ ଜନଜୀବନ ହାନି….

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲାବେଳେ ୟୁକ୍ରେନକୁ ଜନଜୀବନ ହାନି ଘଟିଥିଲେ ମଧ୍ୟ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ଯୁଦ୍ଧ ବିରାମ ଚାହୁଁ ନାହାନ୍ତି । ୫ମାସ ଧରି ଚାଲିଥିବା ଯୁଦ୍ଧରେ ୟୁକ୍ରେନ କ୍ଷତି ସହିବା ସହିତ ଦେଶର ପ୍ରମୁଖ ସହର ଗୁଡ଼ିକ ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ଦେଶର ୨୦ ଲକ୍ଷ ଲୋକ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ହଜାର ହଜାର ବାସଗୃହ ବିପର୍ଯ୍ୟସ୍ତ ହୋଇଛି । ବଡ ବଡ ଅଟ୍ଟାଳିକା, ହସ୍ପିଟାଲ, ସ୍କୁଲ, ସହରାଞ୍ଚଳରେ ସରକାରୀ ବାସଭବନ ଧ୍ୱଂସ୍ତ ସ୍ତୂପରେ ପରିଣତ ହୋଇଛି ।

ରୁଷ ଲଗାତାର ତା’ର ଆକ୍ରମଣର ପରିସରକୁ ବୃଦ୍ଧି କରିଚାଲିଛି । ଏହା ସତ୍ତେ୍ୱ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ରୁଷକୁ ଯୁଦ୍ଧ ବିରାମ କରିବେ ନାହିଁ ବୋଲି ସ୍ପଷ୍ଟ ମନା କରିଦେଇଛନ୍ତି । ରାଷ୍ଟ୍ରପତି ଜେଲେନସ୍କି କହିବାନୁସାରେ ଯେବେ ପର୍ଯ୍ୟନ୍ତ ରୁଷ ଯେଉଁସବୁ ଅଞ୍ଚଳ ଗୁଡ଼ିକରେ କବଜା କରିନେଇଛି, ସେଠାରୁ ନିଜର ସୈନ୍ୟଙ୍କୁ ପ୍ରତ୍ୟାହାର କରିନାହିଁ, ସେବେ ପର୍ଯ୍ୟନ୍ତ ଯୁଦ୍ଧ ବିରାମ ସଂପର୍କରେ ଚିନ୍ତା କରାଯିବ ନାହିଁ । ତାଙ୍କର ଏହି ବୟାନରୁ ସ୍ପଷ୍ଟ ହୋଇଯାଇଛି ଯେ ଯୁଦ୍ଧ ସମାପ୍ତ ହେବାର ନାହିଁ ।

କ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ସେ ଯୁଦ୍ଧ ବିରାମ ଲାଗି ରାଜି ହୋଇଯାଆନ୍ତି ତେବେ ରୁଷ ଦ୍ୱାରା ହରାଇଥିବା ଅଞ୍ଚଳ ଗୁଡ଼ିକ ଉପରେ କବଜା ହାସଲ କରିପାରିବେ ନାହିଁ ତାହା ରୁଷକୁ ଆହୁରି ଅଧିକ ଶକ୍ତି ପ୍ରଦାନ କରିବ ଏବଂ ବିବାଦକୁ ଆହୁରି ଅଧିକ ବୃଦ୍ଧି କରିବ । ଏଥିରୁ ରୁଷକୁ ତାଙ୍କ ଦେଶ ଉପରେ ଆହୁରି ଅଧିକ ଆକ୍ରମଣ କରିବାର ବଳ ମଧ୍ୟ ମିଳିବ । ଜେଲେନସ୍କି ଏହା ମଧ୍ୟ କହିଛନ୍ତି ଯେ ଯୁଦ୍ଧ ବିରାମ କରିବାର ଆଉ ଏକ ବଡ଼ କ୍ଷତି ଏହା ମଧ୍ୟ ହେବ ଯେ ଏହାଦ୍ୱାରା ରୁଷକୁ ଆରାମ କରିବାର ସୁଯୋଗ ମିଳିଯିବ ଯାହାକି ୟୁକ୍ରେନ କେବେ ମଧ୍ୟ ଚାହେଁନାହିଁ । ଏ ସମୟରେ ଯୁଦ୍ଧ ବିରାମ କରିବାର କ୍ଷତି ୟୁକ୍ରେନକୁ ଅଧିକ ହେବ । ଏହି ରିସ୍କ ସେ ନେବାକୁ ଚାହୁଁନାହାନ୍ତି ।