ଭିକ୍ୟାଟଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ

ବଲିଉଡ ଷ୍ଟାର ଦମ୍ପତ୍ତି ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ହତ୍ୟା….

ମୁମ୍ବାଇ: ବଲିଉଡ ଷ୍ଟାର ଦମ୍ପତ୍ତି ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ହତ୍ୟା ଧମକ ମାମଲାରେ ପୁଲିସ ଜଣକୁ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ଲକ୍ଷେ୍ନøର ମନବିନ୍ଦର ସିଂହ । ପୁଲିସ ସୂଚନାନୁସାରେ, ମନବିନ୍ଦର ସିଂହ ହେଉଛନ୍ତି କ୍ୟାଟ୍ରିନାଙ୍କର ଜଣେ ବଡ ପ୍ରଶଂସକ । ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ ରହିଛି । ଏଥିରେ ସେ କ୍ୟାଟ୍ରିନାଙ୍କୁ ତାଙ୍କ ଗାର୍ଲଫ୍ରେଣ୍ଡ ଦର୍ଶାଇଛନ୍ତି । ସୂଚନାଯୋଗ୍ୟ, ବିକି କୌଶଲ ଓ କ୍ୟାଟ୍ରିନା କୈଫଙ୍କୁ ସୋସିଆଲ ମିଡିଆରେ ହତ୍ୟା ଧମକ ମିଳିଥିବା ନେଇ ବିକି ସାନ୍ତାକ୍ରୁଜ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଯାଞ୍ଚ କରି ଅଭିଯୁକ୍ତକୁ ଗିରଫ କରିଛି ।