୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ଶପଥ ପାଠ ପରେ ଖୁସି ମନାଇଛନ୍ତି ବଡ଼ବିଲବାସୀ
କେନ୍ଦୁଝର ଜିଲ୍ଲା୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ପାଠ କରିବା ପରେ ଖୁସି
କେନ୍ଦୁଝର: କେନ୍ଦୁଝର ଜିଲ୍ଲା୧୫ତମ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ଶପଥ ପାଠ କରିବା ପରେ ଖୁସି ମନାଇଛନ୍ତି ବଡ଼ବିଲବାସୀ, ଏହି ଅବସରରେ ମିଠା ବାଣ୍ଟି , ବାଣ ଫୁଟାଇ ନାଚିବା ସହିତ ନିଜ ନିଜ ଭିତରେ ଅଭିର ଲଗାଇଥିଲେ|
ବିଜେପି ନେତା ଓ କର୍ମୀ, ଚମ୍ପୁଆର ବିଜେପି ନେତା ମୁରଲୀ ଶର୍ମା, ବଡ଼ବିଲର ପୂର୍ବତନ ନଗରପାଳ ଦିଲୀପ ମିଶ୍ର, ଜିଲ୍ଲା ଉପସଭାପତି ଦେବପ୍ରସାଦ ମିଶ୍ର, ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରଦ୍ଧାଞ୍ଜଳି କର, ଜିଲ୍ଲା ହରିଜନ ମୋର୍ଚ୍ଚା ସମ୍ପାଦକ ସନ୍ୟାସୀ ମାଝୀ ଓ ବଡ଼ବିଲ ମଣ୍ଡଳର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଏହି ଅବସରରେ ଉପସ୍ଥିତ ଥିଲେ । କେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।