ନୂଆଦିଲ୍ଲୀ : ଟୋକିଓ ଅଲିମ୍ପିକରେ ଭାରତ ପାଇଁ ପଦକ ଜିତିଥିବା ମହିଳା ବକ୍ସର ଲଭଲିନା ଏକ ଟ୍ୱିଟ କରି ବଡ଼ ଅଭିଯୋଗ ଆଣିଛନ୍ତି । ଲଭଲିନା କହିଛନ୍ତି, ତାଙ୍କ କୋଚଙ୍କ ସହ ଠିକ ବ୍ୟବହାର କରାଯାଉ ନାହିଁ ଏବଂ ଏହି ରାଜନୀତି ଯୋଗୁଁ ସେ ମାନସିକ ଚାପରେ ଅଛନ୍ତି । ସେ ଲେଖିଛନ୍ତି, ଆଜି ମୁଁ ବଡ଼ ଦୁଃଖର ସହ କହୁଛି ଯେ, ମୋ ସହ ହାରସମେଣ୍ଟ ହେଉଛି । ପ୍ରତି ଥର ମୁଁ ଏବଂ ମୋର କୋଚ ଯିଏ ମୋତେ ଅଲିମ୍ପିକ ପଦକ ଜିତିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ବାରମ୍ୱାର ହଟାଯାଇ ମୋର ଟ୍ରେନିଂ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରେ ମାନସିକ ନିର୍ଯାତନା ଦେଉଛନ୍ତି । ମୋର ଦୁଇ କୋଚଙ୍କୁ କ୍ୟାମ୍ପରେ ବି ଟ୍ରେନିଂ ପାଇଁ ହଜାର ଥର ହାତ ଯୋଡିବା ପରେ ବହୁ ବିଳମ୍ୱରେ ସାମିଲ କରାଯାଉଛି । ଏହି ଟ୍ରେନିଂରେ ମୁଁ ବହୁ ଅସୁବିଧାର ସାମନା କରୁଛି ଏବଂ ମାନସିକ ନିର୍ଯାତନା ଭୋଗୁଛି । ଲଭଲିନା ଲେଖିଛନ୍ତି, ତାଙ୍କ କୋଚ ସଂଧ୍ୟା ଗୁରୁଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡା ଗାଁ ବାହାରେ ରହୁଛନ୍ତି । ତାଙ୍କୁ ପ୍ରବେଶର ଅନୁମତି ନାହିଁ । ତାଙ୍କ ଅନ୍ୟ ଦୁଇ କୋଚଙ୍କୁ ଭାରତ ପଠାଇ ଦିଆଯାଇଛି । ବକ୍ସର କହିଛନ୍ତି, ଏହି କାରଣରୁ ସେ ନିଜ ଖେଳ ଉପରେ ଫୋକସ ରଖିପାରୁ ନାହାନ୍ତି ଏବଂ ଏହି କାରଣରୁ ୱାର୍ଲଡ ଚାମ୍ପିୟନଶିପରେ ତାଙ୍କକରି ବଡ଼ ଅଭିଯୋଗ ଆଣିଛନ୍ତି । ଲଭଲିନା କହିଛନ୍ତି, ତାଙ୍କ କୋଚଙ୍କ ସହ ଠିକ ବ୍ୟବହାର କରାଯାଉ ନାହିଁ ଏବଂ ଏହି ରାଜନୀତି ଯୋଗୁଁ ସେ ମାନସିକ ଚାପରେ ଅଛନ୍ତି । ସେ ଲେଖିଛନ୍ତି, ଆଜି ମୁଁ ବଡ଼ ଦୁଃଖର ସହ କହୁଛି ଯେ, ମୋ ସହ ହାରସମେଣ୍ଟ ହେଉଛି । ପ୍ରତି ଥର ମୁଁ ଏବଂ ମୋର କୋଚ ଯିଏ ମୋତେ ଅଲିମ୍ପିକ ପଦକ ଜିତିବାରେ ସାହାଯ୍ୟ କରିଥିଲେ, ତାଙ୍କୁ ବାରମ୍ୱାର ହଟାଯାଇ ମୋର ଟ୍ରେନିଂ ପ୍ରକ୍ରିୟା ଏବଂ ପ୍ରତିଯୋଗିତାରେ ମାନସିକ ନିର୍ଯାତନା ଦେଉଛନ୍ତି ।
ମୋର ଦୁଇ କୋଚଙ୍କୁ କ୍ୟାମ୍ପରେ ବି ଟ୍ରେନିଂ ପାଇଁ ହଜାର ଥର ହାତ ଯୋଡିବା ପରେ ବହୁ ବିଳମ୍ୱରେ ସାମିଲ କରାଯାଉଛି । ଏହି ଟ୍ରେନିଂରେ ମୁଁ ବହୁ ଅସୁବିଧାର ସାମନା କରୁଛି ଏବଂ ମାନସିକ ନିର୍ଯାତନା ଭୋଗୁଛି । ଲଭଲିନା ଲେଖିଛନ୍ତି, ତାଙ୍କ କୋଚ ସଂଧ୍ୟା ଗୁରୁଙ୍ଗ ରାଜ୍ୟଗୋଷ୍ଠୀ କ୍ରୀଡା ଗାଁ ବାହାରେ ରହୁଛନ୍ତି । ତାଙ୍କୁ ପ୍ରବେଶର ଅନୁମତି ନାହିଁ । ତାଙ୍କ ଅନ୍ୟ ଦୁଇ କୋଚଙ୍କୁ ଭାରତ ପଠାଇ ଦିଆଯାଇଛି । ବକ୍ସର କହିଛନ୍ତି, ଏହି କାରଣରୁ ସେ ନିଜ ଖେଳ ଉପରେ ଫୋକସ ରଖିପାରୁ ନାହାନ୍ତି ଏବଂ ଏହି କାରଣରୁ ୱାର୍ଲଡ ଚାମ୍ପିୟନଶିପରେ ତାଙ୍କ ପ୍ରଦର୍ଶନ ଖରାପ ରହିଥିଲା । ପୁଣି ଥରେ ଏହି କାରଣରୁ ରାଜ୍ୟଗୋଷ୍ଠୀ କ୍ରୀଡା ଖରାପ କରିବାକୁ ଚାହୁଁ ନାହିଁ ବୋଲି ସେ କହିଛନ୍ତି ।