ଗରିବ ଆଦିବାସୀଙ୍କ ପୂର୍ବ ପୁରୁଷଙ୍କ ଭିଟାମାଟିରେ ପାଇପ ଲାଇନକୁ ତୀବ୍ର ବିରୋଧ
ପାଇପ ଲାଇନକୁ ତୀବ୍ର ବିରୋଧ କେନ୍ଦୁଝର ଟ୍ରକ ମାଲିକ ସଙ୍ଗ….
କେନ୍ଦୁଝର: କଥାରେ ଅଛି ଜୋର ଜାର ମୁଲକ ତାର ଡରିବେ କାହାକୁ ହାତରେ ଅଛି ପ୍ରଶାସୋନ ହାତରେ ଅଛି ପୋଲିସ ସ୍ଥାନୀୟଲୋକେ ପାଟି ଆଁ କଲା ମାତ୍ରେ ପୋଲିସ ର ଭୟ ଦେଖାଉଛିନ୍ତି ଜିନ୍ଦଲ କମ୍ପାନିର କର୍ମଚାରିମାନେ ଗରିବ ଆଦିବାସୀଙ୍କ ପୂର୍ବ ପୁରୁଷଙ୍କ ଭିଟାମାଟିରେ ଘର କରି ରହିଆସୁଛନ୍ତି ତାଙ୍କ ପଟାଭୁକ୍ତ ଜାଗାରେ ଜୋର ଜବର ଦସ୍ତ ଗାତ ଖନନ କରି ନେଉଛନ୍ତି l ଯଦି ପଟାଭୁକ୍ତ ମାଲିକ ପାଟି ଖୋଲୁଛନ୍ତି ଜିନ୍ଦଲ କମ୍ପାନୀ ପୋଲିସ ଲଗେଇ ଧମକ ଦେଖାଇବା ଜେଲରେ ଭର୍ତ୍ତୀକରିଦେବା ଭଳି ଭୟ ଦେଖାଉଛନ୍ତି l
ଗରିବଲୋକ ଖଟିଲେ ଖାଉଛନ୍ତି କରିବେ ବା କଣ କର୍ମକୁ ଆଦୋରି ପଡିରହିଛନ୍ତି l ଭାବୁଛନ୍ତି ଆମୋ କଥା ପ୍ରଶାସୋନ ଶୁଣନ୍ତା କି ଏଠି ତ ଅଗରୁ ମୂଳ ପଯ୍ୟନ୍ତ ଚେର ଲମ୍ବିଛି ସମସ୍ତେ ଜିନ୍ଦଲ କମ୍ପାନୀର ର ଗୁଲାମ ଗିରି କରୁଛନ୍ତି ଶୁଣିବ କିଏ କେବଳ ଚୁପ ଚାପ ହୋଇ ବସିବା କଥା ଏ ହେଉଛି କେନ୍ଦୁଝର ଜିଲ୍ଳା ବାଂଶପାଳ ବ୍ଲକ ଦେଇ ତରମାକାନ୍ତ ଜମ୍ବିରିପସି କାଦକଳା ଦବୁନା ଦେଇ ଯୋଡ଼ାରୁ ପାଇପ ଲାଇନ ଯୋଗେ ଅନୁଗୁଳ ଜିନ୍ଦଲକୁ ମାଲ ରପ୍ତାନି କରିବା ପାଇଁ ଗାତକୁ ମାସ ମାସ ପକେଇ ରଖିବା ସହ ହଜାର ହଜାର ଗାଡ଼ିମାଲିକ ଗାଡି ଡ୍ରାଇଭର ଗଡି ହେଲପରଙ୍କ ପେଟରେ ଲାତ ମାରୁଛନ୍ତି ଯାହା କେନ୍ଦୁଝର ଟ୍ରକମାଲିକ ସଂଘରୁ ତୀବ୍ର ପ୍ରତିବାଦ କରିବାର ଦେଖିବାକୁ ମିଳିଛି କେନ୍ଦୁଝରରୁ ଆସି ଭାଇସ ପ୍ରେସିଡେଣ୍ଟ ଦିଲ୍ଲୀପ କୁମାର ପଣ୍ଡା ଯୁଗ୍ମ ସମ୍ପାଦକ ଦେବାଶିଷ ପଟ୍ଟନାୟକ ସହ ଅନ୍ୟ ମେମ୍ବର ବିଭୂରଞ୍ଜନ ପଲେଇ ସୁନୀଲ ବାରିକ ରବୀନ୍ଦ୍ର ପୁହାଣ ନିନି ପୁଷ୍ଟି ଓ ଗାଡ଼ିମାଲିଙ୍କ ସହ ତୀବ୍ର ବିରୋଧ କରିଛନ୍ତି l
କହିଛନ୍ତି ହଜାର ହଜାର ଗାଡି ମାଲିକଙ୍କ ଛାତିରେ ଗାତ ଖନନ କରି ନେଉଛ ଯାହା ଆମେ କରେଇ ଦେବୁନି ଆମୋ ଜିଲ୍ଳା ଆମେ ଧୂଳି ଧୂଆଁ ଖାଇ ରହିବୁ ଆଉ ଏଠି ଆସି ଅଣ ଓଡ଼ିଆ ରାଜ କରିବେ ଏଠି ଅନେକ ପିଲା ବେକାରିଅଛନ୍ତି l ଖଣ୍ଡେ ଖଣ୍ଡେ ଗାଡି କରି ପରିବାର ପ୍ରତିପୋଷଣ କରୁଛନ୍ତି l ତାହାବି ତୁମୋ ଦେହରେ ଯାଉନି ଯେ ପାଇପ ଯୋଗେ ମାଲ ପରିବହନ କରି ଆମୋ ଦାନା ପାଣି ଛଡ଼େଇବାକୁ ବସିଛ ଜିନ୍ଦଲ କମ୍ପାନିର ଏମିତି ମନମାନି କାମକୁ ଆମେ କରେଇ ଦେବୁ ନାହିଁ ଆଜି ଏତିକି ଆସିଛୁ ଆଗକୁ ହଜାର ହଜାର ଆସି ଛିଡା ହେବୁ ଦେଖନ୍ତୁ ମଝି ରାସ୍ତାରେ କେମିତି ପାଇପ କୁ ମାସ ମାସ ଧରି ପକେଇ ରଖିଛନ୍ତି l
ଗରିବ ଲୋକମାନେ ମୁଖ୍ୟତ ଚାଷକୁ ନିର୍ଭରକରି ବଞ୍ଚିଥାନ୍ତି l ତାହାବି ଦେଖନ୍ତୁ ତରମାକାନ୍ତ ଗାଁ କ୍ଷେତରେ କଉଭଳି ମଝି କ୍ଷେତରେ ପାଇପକୁ ପକେଇ ରଖିଛନ୍ତି ବାରମ୍ବାର ଚାଷୀମାନେ କହିଥିଲେ ଯେ ଚାଷ ସମୟ ଆସୁଛି ପାଇପ ର କିଛି ବ୍ୟବସ୍ଥା କର କିନ୍ତୁ ନାଲିଆଖି ଦେଖାଇ ଭୋୟଭୀତ କରାଉଛନ୍ତି lକେନ୍ଦୁଝର ଜିଲ୍ଲା ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।