ନରେନ୍ଦ୍ର ମୋଦୀ ପସନ୍ଦଯୋଗ୍ୟ ପ୍ରଧାନମନ୍ତ୍ରୀ

ଅନେକ ରାଜ୍ୟରେ ମଧ୍ୟ ବିଜେପି ଉତ୍ତମ ପ୍ରଦର୍ଶନ କରିବ ବୋଲି ପରିଲକ୍ଷିତ ହେଉଛି….

ନୂଆଦିଲ୍ଲୀ : ଲୋକସଭାର ୫୧୨ ଆସନର ଓପିନିୟନ ପୋଲ ଆସିଛି । ଯଦି ଆଜି ନିର୍ବାଚନ ହୁଏ, ତେବେ ବିଜେପି ୩୨୬ ଆସନ ଜିତି ବହୁମତ ସହିତ ସରକାର ଗଠନ କରିପାରିବ । ଯଦି ଏନଡିଏକୁ ସାଥିରେ ଯୋଡ଼ିଦିଆଯାଏ ତେବେ ଏହି ସଂଖ୍ୟା ୩୫୦ରେ ପହଞ୍ôଚଯିବ । ୨୦୧୪ରେ ବିଜେପିର ୨୯୨ଟି ସିଟ ଆସିଥିବା ବେଳେ ୨୦୧୯ରେ ୩୦୩ ଆସନ ଏବଂ ଯଦି ଆଜି ନିର୍ବାଚନ ହୁଏ ତେବେ ବିଜେପି ସର୍ବକାଳୀନ ରେକର୍ଡ ଭଙ୍ଗକରିବ । ଅନ୍ୟପକ୍ଷରେ ଉତ୍ତର ରାଜ୍ୟଗୁଡ଼ିକରେ ବିଜେପିର ଯାଦୁ କାଏମ ରହିଛି । ଅନେକ ରାଜ୍ୟରେ ମଧ୍ୟ ବିଜେପି ଉତ୍ତମ ପ୍ରଦର୍ଶନ କରିବ ବୋଲି ପରିଲକ୍ଷିତ ହେଉଛି । ସେହିପରି ଅନ୍ୟ ରାଜ୍ୟଗୁଡ଼ିକରେ ବିଜେପିକୁ ଫାଇଦା ହେଉଛି ବୋଲି ଦେଖାଯାଉଛି । ଉପାକୁ ୯୭ଟି ଆସନ ମିଳୁଥିବା ବେଳେ ରାହୁଳ ଗାନ୍ଧୀ ଅର୍ଥାତ କଂଗ୍ରେସକୁ ୩୯ଟି ଆସନ ମିଳିବ ବୋଲି ପୂର୍ବାନୁମାନ କରାଯାଉଛି । ଏହି ପୂର୍ବାନୁମାନ ଇଣ୍ଡିଆ ଟିଭି ମ୍ୟାଟ୍ରାଇଜ ପକ୍ଷରୁ କରାଯାଇଥିଲା ।

ବିଭିନ୍ନ ଦିଗରୁ ଜନସାଧାରଣଙ୍କୁ ପ୍ରଶ୍ନ କରାଯାଇଥିଲା । ପ୍ରଥମତଃ ଗୁଜରାଟରେ ଯଦି ଏବେ ନିର୍ବାଚନ ହୁଏ ତେବେ ବିଜେପିକୁ ମୋଟ ୨୬ଟି ଆସନ ମିଳିବ । ଏଠାରେ ମୋଦୀଙ୍କୁ ୬୧ ଭାଗ ଭୋଟ ମିଳିବାର ଅନୁମାନ କରାଯାଉଛି । ମହାରାଷ୍ଟ୍ରରେ ବିଜେପିଏକନାଥ ସିନ୍ଧେଙ୍କୁ ଭୋଟରମାନେ ପସନ୍ଦ କରୁଛନ୍ତି । ଏଠାରେ ମଧ୍ୟ ମୋଦୀଙ୍କର ଯାଦୁ କାମ କରିବ ବୋଲି ପୂର୍ବାନୁମାନରେ କୁହାଯାଇଛି । ୨୦୧୯ରେ ବିଜେପିର ଭୋଟ ହାର ୨୮ ଭାଗ ଥିବା ବେଳେ ଏବେ ଏହା ୩୬ ପ୍ରତିଶତକୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ୪୮ଟି ଲୋକସଭା ଆସନରୁ ବିଜେପିକୁ ୨୬ଟି ମିଳିବ ବୋଲି ଦର୍ଶାଯାଇଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ବିଜେପି ଆଶାନୁରୂପ ପ୍ରଦର୍ଶନ କରିପାରିବ ନାହିଁ । ଏଠାରେ ମମତାଙ୍କୁ ଯଥେଷ୍ଟ ଫାଇଦା ମିଳିବ ।

ଅବଶ୍ୟ ୨୦୨୪ରେ ବିଜେପିକୁ ଅଧିକ ଫାଇଦା ଦେଇପାରେ ବୋଲି ଆଶା କରାଯାଉଛି । ତଥାପି ୪୨ଟି ଆସନରୁ ୧୪ଟି ଆସନ ମିଳିବା ସୁନିଶ୍ଚିତ ହେବା ସହ ୟୁପିରେ ୭୬ଟି ଆସନ ମିଳିବାର ଅନୁମାନ କରାଯାଇଛି । ବିହାରରେ ମଧ୍ୟ ବିଜେପିକୁ ଅଧିକ ଭୋଟ ମିଳିବାର ଆଶା କରାଯାଇଛି । ପଞ୍ଜାବରେ ଆପ୍‌ ପାର୍ଟି ଅଧିକ ଆସନ ପାଉଥିବା ବେଳେ ହରିଆଣାରେ ବିଜେପିର ଆସନ ସଂଖ୍ୟା ବୃଦ୍ଧି ପାଇପାରେ । କିନ୍ତୁ ଆନ୍ଧ୍ରପ୍ରଦେଶରେ ବିଜେପି କୌଣସି ଖାତା ଖୋଲିପାରିବ ନାହିଁ ବୋଲି ସର୍ଭେରେ କୁହାଯାଇଛି । ତାମିଲନାଡୁରେ ମଧ୍ୟ ବିଜେପିର ପ୍ରଦର୍ଶନ ଆଶାନୁରୂପ ନୁହେଁ ବୋଲି ସର୍ଭେରେ କୁହାଯାଇଛି ।