ବିଳାଶପୂର୍ଣ୍ଣ ଫ୍ଲାଟ କିଣିଲେ ଅଭିନେତ୍ରୀ ସାମନ୍ଥା

ନିକଟରେ ସେ ହାଇଦ୍ରାବାଦରେ ଏକ ଘର କିଣିଛନ୍ତି….

ମୁମ୍ବାଇ: ନାଗା ଚୈତନ୍ୟଙ୍କଠାରୁ ବିଚ୍ଛେଦ ହେବା ପରେ ବିନ୍ଦାସ ଲାଇଫ ଏନଜୟ କରୁଛନ୍ତି ସାଉଥ ସୁନ୍ଦରୀ ସାମନ୍ଥା । ଉଭୟଙ୍କ ସମ୍ପର୍କ ତୁଟି ସାରିଥିଲେ ବି ସ୍ମୃତିକୁ ପାସୋରି ପାରୁ ନାହାନ୍ତି ସାମନ୍ଥା । ନାଗାଙ୍କ ସହ ଯେଉଁ ଘରେ ନିଜ ବୈବାହିକ ଜୀବନକ କାଟୁଥିଲେ, ସେହି ଘରକୁ କିଣି ନେଇଛନ୍ତି ସାମନ୍ଥା । ଏହାର ଖୁଲାସା କରିଛନ୍ତି ଖୋଦ ଘର ବିକିଥିବା ବ୍ୟକ୍ତି । ନିକଟରେ ସେ ହାଇଦ୍ରାବାଦରେ ଏକ ଘର କିଣିଛନ୍ତି । ହେଲେ ଏହି ଘର ତାଙ୍କ ପାଇଁ ବେଶ ପୁରୁଣା ଓ ତାଙ୍କ ହୃଦୟର ନିକଟତର ହୋଇ ରହିଛି । କାରଣ ନାଗାଙ୍କ ସହ ବିବାହ ପରେ ଏହି ଘରେ ବେଶ ଖୁସିରେ ଦିନ କାଟୁଥିଲେ ସାମନ୍ଥା । ହେଲେ ବିଚ୍ଛେଦ ପରେ ଏହି ଘରକୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦିଆଯାଇଥିଲା । ସେହି ଘରକୁ ପୁଣି ଥରେ ନିଜ ନାମରେ କରାଇ ନେଇଛନ୍ତି ସାମନ୍ଥା ।