ମୁମ୍ବାଇ: ଶୋ’ ହୋଷ୍ଟ କରିବାକୁ ୮୦୦ କୋଟି ଟଙ୍କା ନେବେ ଦବଙ୍ଗ ଅଭିନେତା ସଲମାନ ଖାନ । ଗୋଟିଏ ପଟେ ପ୍ରତିଯୋଗୀମାନେ ଶୋ’ରେ ଧମାଲ କରୁଥିବାବେଳେ ଅନ୍ୟ ପଟେ ସଲମାନ ଖାନ ତାଙ୍କ ସ୍ୱାଗ ସହିତ ଶୋ’ରେ ଚମତ୍କାର କରିଥାନ୍ତି । କିଛି ସମୟ ପୂର୍ବରୁ ସଲମାନ ବିଗବସ-୧୬ ବିଷୟରେ ସୂଚନା ଦେଇଥିଲେ । କିନ୍ତୁ ବର୍ତ୍ତମାନ ସଲମାନଙ୍କ ଫି’ କୁ ନେଇ ଖବର ଆସୁଛି । ରିପୋର୍ଟ ଅନୁଯାୟୀ, କୁହାଯାଇଛି କି ସଲମାନ ଏହି ସିଜିନ ପାଇଁ ବହୁ ପରିମାଣର ଅର୍ଥ ନେଇଛନ୍ତି । ଓଭରସିଜ ସେନ୍ସର ବୋର୍ଡର ସଦସ୍ୟ ଦାବି କରିଛନ୍ତି ଯେ ସଲମାନ ବିଗବସ-୧୬ ପାଇଁ ୮୦୦ କୋଟି ଟଙ୍କା ନେବେ ଏବଂ ଏହା ଡିଲ ହୋଇସାରିଛି । ପୂର୍ବରୁ ବିଗବସ-୧୬ ପାଇଁ ସଲମାନ ଖାନଙ୍କ ଦ୍ୱାରା ୧୦୫୦କୋଟି ଟଙ୍କା ଦାବି କରାଯାଇଥିଲା, କିନ୍ତୁ ବର୍ତ୍ତମାନ ୧୦୫୦ ବଦଳରେ ୮୦୦ କୋଟିରେ ଡିଲ ଫାଇନାଲ ହୋଇଛି ।