ଜବଲପୁର ହସ୍ପିଟାଲ ଅଗ୍ନିକାଣ୍ଡ: ୧୦ ମୃତ
ଏଥିସହିତ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି…..
ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ଜବଲପୁରର ନ୍ୟୁ ଲାଇଫ ମଲ୍ଟିସ୍ପ ସିଆଲିଟି ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ ଲୋକ ହସ୍ପିଟାଲ କର୍ମଚାରୀ । ହସ୍ପିଟାଲରୁ ବାହାରିବାର ରାସ୍ତା ଗୋଟିଏ ଥିବାରୁ ଅନେକ ଲୋକ ଫସି ଯାଇଥିଲେ । ଅଗ୍ନିଶମ ବାହିନୀର ଉଦ୍ୟମ ପରେ ଏବେ ନିଆଁ ନିୟନ୍ତ୍ରଣାଧୀନ ରହିଥିବା ଜଣାପଡିଛି । ଏଥିସହିତ ହସ୍ପିଟାଲରେ ଭର୍ତ୍ତି ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଉକ୍ତ ଘଟଣା ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି । ଗୁରୁତରଙ୍କୁ ୫୦ ହଜାର ସହାୟତା ରାଶି ସହ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି ।