ବ୍ୟାଡମିଣ୍ଟନରେ ପିଭି ସିନ୍ଧୁ ଙ୍କୁ ସ୍ୱର୍ଣ୍ଣ ପଦକ

ରାଜ୍ୟଗୋଷ୍ଠୀ କ୍ରିଡ଼ା ବ୍ୟାଡମିଣ୍ଟନରେ ମହିଳା ସିଙ୍ଗଲ୍ସରେ ଭାରତ ପାଇଁ ଗୋଲ୍ଡ ପଦକ….

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରିଡ଼ା ବ୍ୟାଡମିଣ୍ଟନରେ ମହିଳା ସିଙ୍ଗଲ୍ସରେ ଭାରତ ପାଇଁ ଗୋଲ୍ଡ ପଦକ ଜିତିଛନ୍ତି ପିଭି ସିନ୍ଧୁ। ଭାରତର ପିଭି ସିନ୍ଧୁ କାନାଡାର ମିସେଲ ଲିଙ୍କୁ ହରାଇ ଏହି ସଫଳତା ପାଇଛନ୍ତି। ଏଥି ସହିତ, କାନାଡାର ମିସେଲ ଲିଙ୍କୁ ରୌପ୍ୟ ପଦକ ସହିତ ସନ୍ତୁଷ୍ଟ ହେବାକୁ ପଡିଛି। ଏହି ମ୍ୟାଚ୍ ପୁର୍ବରୁ ସିନ୍ଧୁଙ୍କ ବାମ ଗୋଡରେ ଆଘାତ ଲାଗିଥିଲା, ଏପରିକି ମ୍ୟାଚ୍ ମଝିରେ ସେ ଆହତ ହୋଇଥିଲେ। ଏହା ପରେ ମଧ୍ୟ ସେ ଭାରତ ପାଇଁ ଇତିହାସ ରଚିଛନ୍ତି। ପିଭି ସିନ୍ଧୁ ପ୍ରଥମ ରାଉଣ୍ଡକୁ ୨୧-୧୫ ବ୍ୟବଧାନରେ ଜିତିଥିଲେ । ସେହିପରି ଦ୍ୱିତୀୟ ରାଉଣ୍ଡରେ ୨୧-୧୩ଜିତିଥିଲେ ଏବଂ ସ୍ୱର୍ଣ୍ଣ ପଦକ ହାସଲ କରି ନେଇଥିଲେ । ଭାରତ ଏପର୍ଯ୍ୟନ୍ତ ୧୯ ସ୍ୱର୍ଣ୍ଣ, ୧୫ ରୌପ୍ୟ ଏବଂ ୨୨ ବ୍ରୋଞ୍ଜ ସହିତ ପଦକ ତାଲିକାର ପଞ୍ଚମ ସ୍ଥାନରେ ରହିଛି ।