ଅଗଷ୍ଟ ମାସ ପ୍ରଥମ ରବିବାର କୁ ବନ୍ଧୁତା ଦିବସ

ଅଗଷ୍ଟ ମାସ ପ୍ରଥମ ରବିବାର କୁ ବନ୍ଧୁତା ଦିବସ। ବିଶ୍ୱାସ ଓ ପରସ୍ପରର ଉତ୍ତମ ବୁଝାମଣା । ବନ୍ଧୁତାରେ ହୋଇଥାଏ । ଆଜି ବିଶ୍ୱ ବନ୍ଧୁତ୍ୱ ଦିବସ । ବନ୍ଧୁ ପାଇଁ ଦିନ ଟିଏ । ରକ୍ତର ସମ୍ପର୍କ ଠାରୁ ବେଶ ଗଭୀର ଏହି ସମ୍ପର୍କ । ଯିଏ ସୁଖଦୁଃଖରେ ସବୁବେଳେ ପାଖରେ ଥାଏ । ବନ୍ଧୁର ହୃଦୟ କାନ୍ଦିଲେ ମନର କଥା ବୁଝିପାରେ । ସାରା ଦୁନିଆ ସାଥ୍ ଛାଡିଦେଲେ ଯିଏ ସାଙ୍ଗରେ ଥାଏ । ସେ ହେଉଛି ପ୍ରକୃତ ବନ୍ଧୁ । ରାଗ, ରୁଷା, ଅଭିମାନ ସବୁ କିଛି ଥାଏ । ସେଥିପାଇଁ ତ ସେ ସମ୍ପର୍କ ନିଆରା । ରକ୍ତର ସମ୍ପର୍କ ଠାରୁ ବି ବେଶ୍ ଗଭୀର ବନ୍ଧୁତାର ସମ୍ପର୍କ ।

ଆଜି ବିଶ୍ୱ ବନ୍ଧୁତା ଦିବସ । ସବୁଠି ଚାଲିଛି ସେଲିବ୍ରେସନ । ଯୁବିପଢ଼ୀ ପୂରା ସେଲିବ୍ରେସନ ମୁଡ୍ ରେ । କିଏ ସାଙ୍ଗକୁ ଚକେଲଟ ଦେଇ ବନ୍ଧୁତା ଦିବସର ଶୁଭେଚ୍ଛା ଜଣାଉଛି ତ ଆଉ କିଏ ଫ୍ରେଣ୍ଡସିପ୍ ବ୍ୟାଣ୍ଡ ପିନ୍ଧାଇ । ଆଉ କେହି କେହି ରେଷ୍ଟୁରାଣ୍ଟରେ ମନ ପସନ୍ଦର ଖାଇବା ଖାଇ ତ ଆଉ କିଏ ସିନେମା ଦେଖି କରୁଛନ୍ତି ସେଲିବ୍ରେସନ। ଅଗଷ୍ଟ ମାସ ପ୍ରଥମ ରବିବାର କୁ ବନ୍ଧୁତା ଦିବସ ପାଳନ କରାଯାଏ।ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ।