ଗେରୁଆ ପୋଷାକରୁ ଦାଗ ହଟାଇବା ମୁଦ୍ରାରେ ଯୋଗୀ

ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀଙ୍କ ପାଇଁ ଜାଲ ବିଛା..

ଲକ୍ଷନଉ: ନୋଏଡ଼ା ସୋସାଇଟିରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ କରି ବିଜେପି ନେତା ଶ୍ରୀକାନ୍ତ ତ୍ୟାଗୀ ଏବେ ଯୋଗୀ ଆଦିତ୍ୟନାଥଙ୍କ ଗେରୁଆ ପୋଷାକରେ ଦାଗ ଲଗାଇ ଯେଉଁ ଧୃଷ୍ଟତା କରିଚନ୍ତି, ତା’ର ପରିଣାମ ସ୍ୱରୂପ ତାଙ୍କୁ ଧରିବା ପାଇଁ ପୁଲିସ ଓ ଜିଏସ୍‌ଟି ଟିମ୍‌ ରାତିଦିନ ଏକ କରିଛନ୍ତି । ତ୍ୟାଗୀଙ୍କ ଗୁପ୍ତ ଆଡ୍ଡାଗୁଡ଼ିକ ଉପରେ ପୁଲିସ ଚଢ଼ାଉ ଜାରି ରଖିଛି । ପ୍ରଶାସନିକ ପଦକ୍ଷେପ ସ୍ୱରୂପ ତ୍ୟାଗୀଙ୍କ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଳାଇ ଦିଆଯାଇଛି । ସୋମବାର ଦିନ ସେକ୍ଟର-୯୩ ସ୍ଥିତ ଓମେକ୍ସ ସୋସାଇଟି ଅଭିଯୁକ୍ତ ତ୍ୟାଗୀଙ୍କ ଗିରଫଦାରି ପାଇଁ ପୁଲିସ ପକ୍ଷରୁ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ନୋଏଡ଼ାର ଭଙ୍ଗଲେ ଇଲାକାସ୍ଥିତ ତ୍ୟାଗୀଙ୍କ ମାର୍କେଟ୍‌ରେ ପହଂଚି ଜିଏସ୍‌ଟି ଟିମ୍‌ ପହଂଚିଛି । ଉକ୍ତ ମାର୍କେଟରୁ ତ୍ୟାଗୀ ଭଡ଼ା ବାବଦକୁ ଲକ୍ଷାଧିକ ଟଙ୍କା ରୋଜଗାର କରିଥାନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଭିଯୁକ୍ତ ତ୍ୟାଗୀଙ୍କୁ ଧରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ତ୍ୟାଗୀ ଧରା ନଯିବା ପର୍ଯ୍ୟନ୍ତ ଗୃହ ସଚିବ ଅବସ୍ଥୀ ଆରାମ କରିବେ ନାହିଁ ବୋଲି କହିଚନ୍ତି ।

ଅଭିଯୁକ୍ତ ତ୍ୟାଗୀ ଫେରାର ଅଛି । ତାଙ୍କୁ ଧରିବା ପାଇର୍ ସ୍ପେଶାଲ ଟାସ୍କ ଫୋର୍ସକୁ ଲଗାଇ ଦିଆଯାଇଛି । ତ୍ୟାଗୀଙ୍କ ମୋବାଇଲ୍‌ ଟ୍ରାକିଂ କରାଯିବାରୁ ହରିଦ୍ୱାର ନିକଟରେ କିଛି ସମୟ ପାଇଁ ମୋବାଇଲ ଖୋଲାଯାଇଥିବା ଜଣାପଡ଼ିଛି । ଏବେ ତାଙ୍କ ଫୋନ୍‌ ବନ୍ଦ ଅଛି । ତାଙ୍କ ମୁଣ୍ଡ ଉପରେ ୨୫ ହଜାର ଟଙ୍କା ଲଗାଇଛି ପ୍ରଶାସନ । ଶ୍ରୀକାନ୍ତଙ୍କ ଜଣେ ଭଡ଼ାଟିଆ କହିଛନ୍ତି ଯେ ବରିଷ୍ଠ ବିଜେପି ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଅଛି । ବିଏସ୍‌ପି ଛାଡ଼ି ମୌର୍ଯ୍ୟ ବିଜେପିରେ ମିଶିଯିବା ପରେ ତ୍ୟାଗୀ ମଧ୍ୟ ବିଜେପିରେ ସାମିଲ ହୋଇଗଲେ । ତ୍ୟାଗୀଙ୍କ ମାଲିକାନାରେ ବହୁ ଅବୈଧ ନିର୍ମାଣ ଚାଲିଛି । ଏପରିକି ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଓ ବିଏସ୍‌ପି ନେତ୍ରୀ ମାୟାବତୀଙ୍କ ସହିତ ତାଙ୍କର ଗଭୀର ସମ୍ପର୍କ ଥିଲା । ତ୍ୟାଗୀଙ୍କ ନାମରେ ବହୁ ଅଚଳାଚଳ ସମ୍ପତି ଅଛି ବୋଲି ପୁଲିସ ଜାଣିବାକୁ ପାଇଛି ।