ରସଗୋଲା କୋଲକାତାରେ ପ୍ରସିଦ୍ଧ, ମାତ୍ର ଏହା ଓଡ଼ିଶାର: ଗାଙ୍ଗୁଲି

ବଙ୍ଗଳାର ଏକ ଲୋକପ୍ରିୟ ଟିଭି ସୋ ‘ଦାଦାଗିରି’ରେ ଗାଙ୍ଗୁଲି ଏକଥା କହିଛନ୍ତି….

କଟକ: ରସଗୋଲାକୁ ନେଇ କୋଟି କୋଟି ଓଡ଼ିଆଙ୍କ ହୃଦୟ ଜିତିଛନ୍ତି ବିସିସିଆଇ ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ରସଗୋଲା ଓଡ଼ିଶାର ବୋଲି କହିଥିବା ଗାଙ୍ଗୁଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିଛି । ଗାଙ୍ଗୁଲି ସତ କଥା କହିଥିବାରୁ ଫେସବୁକ, ଟୁଇଟରରେ ସେ?ଭରଙ୍କୁ ଏଥିପାଇଁ କୃତଜ୍ଞତା ଜ୍ଞାପନ କରାଯାଇଛି । ବଙ୍ଗଳାର ଏକ ଲୋକପ୍ରିୟ ଟିଭି ସୋ ‘ଦାଦାଗିରି’ରେ ଗାଙ୍ଗୁଲି ଏକଥା କହିଛନ୍ତି । ଗାଙ୍ଗୁଲି କହିଛନ୍ତି କି ରସଗୋଲା କୋଲକାତାରେ ବେଶ ପ୍ରସିଦ୍ଧ । ମାତ୍ର ଏହା ଓଡ଼ିଶାର । ଜଗନ୍ନାଥ ମନ୍ଦିର ଇତିହାସରୁ ଏ ସୂଚନା ମିଳୁଛି ବୋଲି ସେ କହିଛନ୍ତି ।

ସେହିପରି ସେ କହିଛନ୍ତି ଯେ, ଯେତେବେଳେ ମୁଁ କଟକ କ୍ରିକେଟ ଖେଳିବାକୁ ଆସୁଥିଲେ ସେତେବେଳେ ଏଠାରେ ରସଗୋଲା ଖାଇବାକୁ ଭଲ ପାଉଥିଲେ ବୋଲି କହିଛନ୍ତି । ଅନ୍ୟପକ୍ଷରେ ରସଗୋଲାକୁ ନେଇ ଓଡ଼ିଶା-ପଶ୍ଚିମବଙ୍ଗ ଟଣାଓଟରା ଭିତରେ ରସଗୋଲାର ଜିଆଇ ଟ୍ୟାଗ ପଶ୍ଚିମବଙ୍ଗକୁ ମିଳିଥିଲା । ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ସାହିତ୍ୟିକ ଅସିତ ମହାନ୍ତିଙ୍କ କହିଛନ୍ତି ଯେ ସୌରଭ ଗାଙ୍ଗୁଲି ସତକଥାକୁ ସାହସର ସହିତ ସ୍ୱୀକାର କରିଛନ୍ତି । ଏଥିପାଇଁ ଓଡ଼ିଶାବାସୀଙ୍କ ପକ୍ଷରୁ ଶ୍ରୀ ମହାନ୍ତି ସୌରଭ ଗାଙ୍ଗୁଲିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।