ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ବିଜେତାଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜଧାନୀ ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଆୟୋଜନ ହେବ । ଆଜି ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ । ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ମୋଟ ୬୧ଟି ପଦକ ହାସଲ କରିଛି । ଅନେକ ଇଭେଣ୍ଟରେ ଜବରଦସ୍ତ ପ୍ରଦର୍ଶନ ସହ ପ୍ରଥମ କରି ପ୍ରଦକ ଜିତି ଇତିହାସ ରଚିଛନ୍ତି ବାରତୀୟ ଖେଳାଳି । ପଦକ ବିଜେତା ସମସ୍ତ କ୍ରୀଡ଼ାବିତଙ୍କୁ ସମ୍ମାନିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।