ଲଗାଣ ବର୍ଷାରେ ବଢୁଛି ବୈତରଣୀର ଜଳସ୍ତର

ବୈତରଣୀର ଆନନ୍ଦପୁରଠାରେ ଜଳସ୍ତର ୩୩.୫୦ ମିଟର ରହିଛି….

କେନ୍ଦୁଝର : ଲଗାଣ ବର୍ଷା ଫଳରେ ବୈତରଣୀର ଜଳସ୍ତର ବଢ଼ିବାରେ ଲାଗିଛି । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ତଳମୁଣ୍ଡ ପାଇଁ ବିପଦ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରଯାଉଛି । କେନ୍ଦୁଝର ଜିଲ୍ଲାର ଜୀବନ ରେଖା କୁହାଯାଉଥିବା ବୈତରଣୀରେ ପାଣି ବଢ଼ିଲେ ହାଟଡିହି, ଆନନ୍ଦପୁର ଭଳି ତଳୁଆ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ । ବୈତରଣୀର ଆନନ୍ଦପୁରଠାରେ ବିପଦ ସଙ୍କେତ ୩୮.୩୬ ମିଟର ଥିବା ବେଳେ ସତର୍କ ସଙ୍କେତ ହେଉଛି ୩୭.୪୫ ମିଟର । ବୈତରଣୀର ଆନନ୍ଦପୁରଠାରେ ଜଳସ୍ତର ୩୩.୫୦ ମିଟର ରହିଛି । ସେହିପରି କେନ୍ଦୁଝର ଜିଲ୍ଲାର ଗୋନାସିକାଠାରୁ ବାହାରିଥିବା ଏହି ବୈତରଣୀ ନଦୀରେ ଜିଲ୍ଲାର ଏକାଧିକ ଉପନଦୀ ମିଶିଛନ୍ତି ।