ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଦୋଷୀ ନଳିନୀ
ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ….
ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ମାମଲାରେ ଆଜୀବନ କାରାଦଣ୍ଡ ପାଇଥିବା ନଳିନୀ ଶ୍ରୀହରନ ସମୟ ପୂର୍ବରୁ ଜେଲରୁ ବାହାରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି । ନଳିନୀ ମାଡ୍ରାସ ଉଚ୍ଚ ନ୍ୟାୟାଳୟର ଗତ ଜୁନ ୧୭ ତାରିଖର ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଉଚ୍ଚ଼ ନ୍ୟାୟାଳୟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡରେ ଦୋଷୀ ନଳିନୀ ଓ ରବିଚନ୍ଦ୍ରନଙ୍କ ଆବେଦନ ଖାରଜ କରିଦେଇଥିଲେ, ଯେଉଁଥିରେ ରାଜ୍ୟର ରାଜ୍ୟପାଳଙ୍କ ସହମତି ବିନା ତାଙ୍କର ଖଲାସ ଆଦେଶ ଦେବାକୁ ଅନୁରୋଧ କରାଯାଇଥିଲା ।
ମାଡ୍ରାସ ହାଇକୋର୍ଟ ନଳିନୀଙ୍କ ଆବେଦନ ଖାରଜ କରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୨୨୬ ଅନୁସାରେ ତାଙ୍କ ପାଖରେ ଶକ୍ତି ନାହିଁ, ଯେଉଁଭଳି ଭାବେ ଉଚ୍ଚତମ ନ୍ୟାୟାଳୟର ଅନୁଚ୍ଛେଦ ୧୪୨ ପାଖରେ ସ୍ୱାଧୀନତା ରହିଛି । ସମ୍ବିଧାନର ଅନୁଚ୍ଛେଦ ୧୪୨ ବଳରେ ଅସାଧାରଣ ଶକ୍ତିର ବ୍ୟବହାର କରି ଉଚ୍ଚ଼୍ତମ ନ୍ୟାୟାଳୟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୩୦ ବର୍ଷରୁ ଅଧିକ ଜେଲଦଣ୍ଡ ଭୋଗିଥିବା ଏଜି ପେରାରିୱଲନଙ୍କୁ ଖଲାସ କରିବା ପାଇଁ ଗତ ମେ’ ମାସ ୧୮ ତାରିଖରେ ଆଦେଶ ଦେଇଥିଲେ ।