ଧୋନୀଙ୍କ ପଣ୍ଡିତ ଅବତାର

ନୂଆଦିଲ୍ଲୀ : ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ତାଙ୍କୁ ପଣ୍ଡିତ ଅବତାରରେ ଦେଖିବାକୁ ମିଳିଛି । ପଣ୍ଡିତଙ୍କ ପୋଷାକରେ ଧୋନୀ ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । ଏହି ଫଟୋରେ ଧୋନୀଙ୍କ ହାତରେ ଏକ ଫୁଲମାଳ ମଧ୍ୟ ଦେଖିବାକୁ ମିଳୁଛି । ଏହି ଫଟୋ ଧୋନୀଙ୍କର ଏକ ନୂଆ ବିଜ୍ଞାପନ ବୋଲି କୁହାଯାଉଛି । ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି କିନ୍ତୁ ସେ ଆଇପିଏଲରେ ଏବେ ବି ଖେଳୁଛନ୍ତି ।