ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା ଏବଂ ଭାରତୀୟ ଟିମର ଉଇକେଟକିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ପରସ୍ପରକୁ ଡେଟ କରୁଥିବାକୁ ନେଇ ହେଉଥିଲା ଚର୍ଚ୍ଚା । ହେଲେ ଏବେ ସୋସିଆଲ ମିଡିଆରେ ଦୁହିଁଙ୍କ କ୍ୟାଟ ଫାଇଟ ଚର୍ଚ୍ଚାରେ । ନିକଟରେ ଉର୍ବଶୀ ଏକ ସାକ୍ଷାତକାରରେ ପନ୍ତଙ୍କ ନାମ ନ ନେଇ ଆରପି ବୋଲି ସମ୍ବୋଧୀତ କରି କିଛି ବ୍ୟକ୍ତିଗତ କଥା କହିଥିଲେ । ଏହାପରେ ପନ୍ତ ଇନଷ୍ଟାଗ୍ରାମରେ ଲେଖିଥିଲେ, ଏହା ବେଶ ମଜାଦାର । କିଭଳି ଭାବେ ଲୋକମାନେ ସାମାନ୍ୟ ଲୋକପ୍ରିୟତା ପାଇବା ଲାଗି ସାକ୍ଷାତକାରରେ ମିଛ କୁହନ୍ତି । ଦୁଃଖର କଥା କିଛି ଲୋକ ନାଁ ଏବଂ ଖ୍ୟାତି ଲାଗି ବହୁତ ଭୋକିଲା । ଭଗବାନ ସେମାନଙ୍କ ଉପରେ ସର୍ବଦା ଅନୁଗ୍ରହ ରଖନ୍ତୁ । ହ୍ୟାସଟ୍ୟାଗରେ ମୋତେ ଅନୁସରଣ କରିବା ଛାଡ଼ିଦିଅ ଭଉଣୀ । ମିଛର ମଧ୍ୟ ସୀମା ଅଛି ବୋଲି ଲେଖିଥିଲେ । ସେହିପରି ଉର୍ବଶୀ ଲେଖିଥିଲେ, ସାନ ଭାଇ ବ୍ୟାଟ ଏବଂ ବଲ ଖେଳିବା ଉଚିତ । ମୁଁ ମୁନ୍ନି ନୁହଁ ଯେ ଛୋଟ ପିଲା ପାଇଁ ବଦନାମ ହେବି । ଏବେ ଅଭିନେତ୍ରୀଙ୍କ ଏହି ଟୁଇଟ ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଇଛି ।