ନୂଆଦିଲ୍ଲୀ : ଦେଶରେ କିଛି ଦିନ ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ମଧ୍ୟରେ ସୀମିତ ରହିଥିବା ବେଳେ ୨୪ ଘଣ୍ଟାରେ ଆଉ ୧୨,୬୦୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୨,୯୮,୮୬୪କୁ ବୃଦ୍ଧି ପାଇଛି। ସେହିପରି ଆଉ ୧୬,୨୫୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୩୬,୭୦,୩୧୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୫୮%। ଚିକିତ୍ସାଧୀନ ଅବସ୍ଥାରେ ଆଉ ୭୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୨୭,୨୦୬ରେ ପହଞ୍ଚିଛି। ମୃତ୍ୟୁ ହାର ୧.୧୯%।
Prev Post
Next Post