ହଜି ଯାଇଛି ଡାକ୍ତରଙ୍କ ବୁଦ୍ଧି; ହାସ୍ୟ ଅଭିନେତା ରାଜୁ ଗୁରୁତର

ତାଙ୍କୁ ଆରୋଗ୍ୟ କରିବା ପାଇଁ ଡାକ୍ତରଙ୍କ ବୁଦ୍ଧି ହଜିଯାଇଛି…..

ମୁମ୍ବାଇ: ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟାବସ୍ଥା ସାନି ବିଗିଡ଼ି ଯାଇଛି । ତାଙ୍କର ମସ୍ତିଷ୍କ କାମ କରୁ ନଥିବା ଶୁଣିବାକୁ ମିଳୁଛି । ବୁଧବାର ବିଳମ୍ବିତ ରାତିରେ ବାରମ୍ବାର ଝଟ୍‌କା ଖାଉଥିବା ଦେଖି ଡାକ୍ତରମାନେ ରାଜୁଙ୍କ ମୁଣ୍ଡକୁ ସ୍କାନ୍‌ କରିଥିଲେ । ତାଙ୍କ ମସ୍ତିଷ୍କର ଗୋଟିଏ ଭାଗରେ ପୂଜ ଜମି ରହିଥିଲା । ରାଜୁଙ୍କ ବଡ଼ଭାଇ ସିପି ଶ୍ରୀବାସ୍ତବ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ପରିବାର ଲୋକ ଏମ୍ସରେ ରୁଣ୍ଡ ହେବାକୁ ଲାଗିଛନ୍ତି । ରାଜୁଙ୍କୁ ବଂଚାଇବା ପାଇଁ ଏବେ ଔଷଧ ସାଙ୍ଗକୁ ଈଶ୍ୱରଙ୍କ ଆଶୀର୍ବାଦ ଜରୁରୀ ବୋଲି କହିଛନ୍ତି କୈଳାଶ ଖେର । ସୂଚନା ମୁତାବକ କାଶୀ ବିଶ୍ୱନାଥ ମନ୍ଦିର ଓ ଉଜ୍ଜୟିନୀର ମହାକାଳେଶ୍ୱର ମନ୍ଦିରରେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ ଚାଲିଛି । ଗୋବିନ୍ଦାଙ୍କ ଘରେ ମଧ୍ୟ ମହାମୃତ୍ୟୁଞ୍ଜୟ ଜପ ଚାଲିଛି । ହାସ୍ୟ ଅଭିନେତା ସୁନୀଲ ପାଲ ଏକ ଭିଡିଓ ଜାରି କରି କହିଛନ୍ତି, ରାଜୁଙ୍କ ମସ୍ତିଷ୍କ କାମ କରିବା ବନ୍ଦ ହୋଇଯାଇଛି । ତାଙ୍କୁ ଆରୋଗ୍ୟ କରିବା ପାଇଁ ଡାକ୍ତରଙ୍କ ବୁଦ୍ଧି ହଜିଯାଇଛି ।