ରାଶିଫଳ ରବିବାର : ଚାରଟି ରାଶି ଉପରେ ସୁଯ୍ୟଙ୍କ ଶୁଭ ଦୃଷ୍ଟି

ଆଜି ଦିନ ଯାକ ଉର୍ଜାରେ ଭରି ରହିବେ ……

ମେଷ : ଦିନ ଲାଭଦାୟକ ପ୍ରମାଣିତ ହେବ ଓ ଆପଣ କୌଣସି ପୁରୁଣା ରୋଗରୁ ଆରାମ ଅନୁଭବ କରିବେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | କାର୍ଯ୍ୟାଳୟରେ ସମସ୍ତଙ୍କ ସହିତ ଭଲରେ ବ୍ୟବହାର କରନ୍ତୁ, ନଚେତ ଆପଣଙ୍କ ଚାକିରୀ ଯାଇପାରେ ଓ ଆପଣ ଘୋର ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ଆପଣ ଯଦି ଆପଣଙ୍କ ପ୍ରେମୀଙ୍କ ସହିତ ବୁଲିବାକୁ ଯାଉଛନ୍ତି ତାହେଲେ ନିଜ ବେଶ ପୋଷାକ ଉପରେ ଧ୍ୟାନ ଦିଅନ୍ତୁ ନହେଲେ ସେ ନାରାଜ ହୋଇପାରନ୍ତି | ଆଜି ଆପଣଙ୍କ ଶଶୁର ଘର ପକ୍ଷରୁ କୌଣସି ଖରାପ ଖବର ଆସିପାରେ ଯାହା ଆପଣଙ୍କୁ ବ୍ୟଥିତ କରିବା | ସେ କଥା ଆପଣ ସାରା ଦିନ ଭାବିବେ | ଆପଣଙ୍କ ଜୀବନସାଥୀ ଆପଣଙ୍କ ଆବଶ୍ୟକତାକୁ ଅଦେଖା କରି ପାରେ, ଯାହା କାରଣରୁ ଆପଣ ବିରକ୍ତ ହୋଈ ପାରନ୍ତି | ନିଜର ପ୍ରିୟଜନଙ୍କ ସ୍ୱାସ୍ଥ୍ୟର ଖିଆଲ ରଖିବା ଭଲ କିନ୍ତୁ ତା ପାଇଁ ଆପଣ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ କରନ୍ତୁ ନାହିଁ |

ବୃଷ : ଯଦି ଆଜି ବାହାରକୁ ଯିବାର ଯୋଜନା ଅଛି ତାହେଲେ ଆଜି ବହୁତ ହସ ଖୁସିରେ ସବୁ କିଛି କଟିବ | ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଏମିତିଆ ସାଂଗ ମାନଂକ ପାଖକୁ ଯାନ୍ତୁ, ଯାହାକୁ ଆପଣଙ୍କର ଆବଶ୍ୟକତା ଅଛି | ଖୁସିରେ ରୁହତୁ ଓ ପ୍ରେମ ରାସ୍ତାରେ ଆସୁଥିବା କୌଣସି ବାଧାକୁ ସ୍ମୁଖିଣ ହେବାକୁ ପ୍ରସ୍ତୁତ ରୁହନ୍ତୁ | ଆପଣଙ୍କ ତୀକ୍ଷ୍ଣ ଅବଲୋକନ ଯୋଗୁଁ ଆପଣ ସମସ୍ତଙ୍କଠୁ ଆଗୁଆ ରହିବେ | ଆଜି ସ୍ଥିତି ଆପଣଙ୍କ ଇଚ୍ଛା ଅନୁସାରରେ ହେବ ନାହିଁ, ତଥାପି ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସମୟ କଟାଇବେ | ଯୋଗ ଓ ଧ୍ୟାନ ଦ୍ୱାରା ଆଜି ଆପଣ ନିଜକୁ ସୁଦୃଢ଼ କରିପାରିବେ |

ମିଥୁନ : ତାଠୁ ଆଗେ କି ନକରାତ୍ମକ ବିଚାର ମାନସିକ ରୋଗର ରୂପ ନେଇ ଯାଏ , ଆପଣ ତାହାର ଶେଷ କରି ଦିଅନ୍ତୁ | ଏମିତିଆ ଆପଣ କୌଣସି ଦାନ-ଧର୍ମ କାର୍ଯ୍ୟରେ ସହଭାଗିତା ନେଇ କରି ପାରନ୍ତି,ଯାହା ଦ୍ୱାରା ଆପଣଙ୍କୁ ମାନସିକ ସନ୍ତୋଷ ମିଳିବ | ଆଜି ଆପଣ ଆପଣଙ୍କର ଜୀବନସାଥୀ ସହିତ ମିଶି କୌଣସି ଆର୍ଥିକ ଯୋଜନା କରିପାରନ୍ତି | ଏହି ଯୋଜନା ସଫଳ ହେବାର ଆଶା ଅଛି | ଆପଙ୍କ ଆକର୍ଷଣ ଓ ବ୍ୟକ୍ତିତ୍ୱ କାରଣରୁ ଆପଣଙ୍କୁ କିଛି ନୂଆ ମିତ୍ର ମିଳି ପାରନ୍ତି | ଆଜି ଆପଣ ନିଜ ପ୍ରିୟକୁ ପସନ୍ଦ ଆସୁଥିବା ବସ୍ତ୍ର ପିନ୍ଧନ୍ତୁ ନଚେତ ସିଏ ଅପମାନିତ ଅନୁଭବ କରି ପାରନ୍ତି | ଦିନର ଆରମ୍ଭ ଟିକେ କ୍ଲାନ୍ତଭରା ହେଲେ ମଧ୍ୟ ଧୀରେ ଧୀରେ ଆପଣଙ୍କୁ ଭଲ ଫଳ ମିଳିବ | ଦିନ ଶେଷରେ ଆପଣଙ୍କୁ ଯଥେଷ୍ଟ ସମୟ ମିଳିବ ଯାହା ଆପଣ କୌଣସି ପ୍ରିୟ ବନ୍ଧୁଙ୍କୁ ଭେଟି ସମୟର ସଦୁପଯୋଗ କରିପାରିବେ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ | ଆଜି ଦିନ ସେହି ଦିନ ମାନଙ୍କ ପରି ଯୋଉଥିରେ ଘଣ୍ଟାର କଣ୍ଟା ଧୀରେ-ଧୀରେ ହଳେ ଓ ଆପଣ ଲମ୍ବା ସମୟ ଯାଏଁ ଖଟରେ ପଡି ରହନ୍ତି | କିନ୍ତୁ ଏହା ପରେ ନିଜକୁ ବହୁତ ଉର୍ଜାରେ ଭରା ଅନୁଭବ କରିବେ ଓ ଏହାର ଆପଣଙ୍କୁ ଆବଶ୍ୟକତା ବି ଅଛି |

କର୍କଟ : ଆପଙ୍କ ଜୀବନସାଥିଙ୍କ ବିଶ୍ୱସ୍ତ ହୃଦୟ ଓ ସାହସୀ ଓ ଭାବ ଆପଣଙ୍କୁ ଖୁସି ଦେବ | ଯଦି ଆପଣ କୌଣସି ବ୍ୟାଙ୍କ ଋଣ ପାଇଁ ଆବେଦନ କରିଥିଲେ ଅଥବା ଅପେକ୍ଷା କରିଥିଲେ ଆଜିର ଦିନରେ ତାହା ଆପଣଙ୍କୁ ମିଳିପାରେ | ଯେଉଁ ମାନେ ଆପଣଙ୍କ ପାଇଁ ସବୁଠୁ ଅଧିକ ମହତ୍ୱ ରଖନ୍ତି,ସେମାନଙ୍କୁ ନିଜର କଥା ବୁଝେଇବା ପାଇଁ ଆପଣ ବିଶେଷ କରିକି ଅସୁବିଧା ଅନୁଭବ କରିବେ | ଫୁଲ ଦେଇ ନିଜର ପ୍ରେମ ପ୍ରସ୍ତାବ ରଖନ୍ତୁ | ଆଜି ଆପଣଙ୍କୁ ହଠାତ ଯାତ୍ରା କରିବାକୁ ପଡ଼ିପାରେ ଯାହାଦ୍ୱାରା ଘରେ ସମସ୍ତଙ୍କ ସହିତ ସମୟ କାଟିବାର ଆପଣଙ୍କ ଯୋଜନା ବିଫଳ ହୋଇପାରେ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ | ପରିବାରରେ କୌଣସି ଲୋକ ସହିତ ଯୁକ୍ତି-ତର୍କ ହେବ କାରଣରୁ ପରିବେଶ ଖରାପ ହୋଇ ପାରେ, କିନ୍ତୁ ଯଦି ଆପଣ ନିଜକୁ ଶାନ୍ତ ରଖିବେ ଓ ଧର୍ଯ୍ୟ ସହିତ କାର୍ଯ୍ୟ କରିବେ ତାହେଲେ ସମସ୍ତଙ୍କର ମନ ବଢ଼ିଆ କରି ପାରିବେ |

ସିଂହ : ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ | ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି | ଆଜି ଆପଣଙ୍କୁ ଭୂମି,ରୟାଲ-ଇଷ୍ଟେଟ କିମ୍ବା ସାଂସ୍କୃତିକ ପରିଯୋଜନା ଉପରେ ଧ୍ୟାନ କେନ୍ଦ୍ରିତ କରିବାର ଆବଶ୍ୟକତା ଅଛି | ଉଚିତ ସମୟ ଆସିଲେ ଆପଣଙ୍କ ସହଯୋଗ କୌଣସି ବଡ଼ ବିପଦରୁ ରକ୍ଷା କରି ପାରିବ | ଯେଉଁ ଲୋକ ମାନେ ପ୍ରେମର ସଂଗୀତରେ ବୁଡ଼ିକି ଅଛନ୍ତି, କବଳ ସେହି ମାନେ ଏହି ସୁରା-ତାଳର ଆନନ୍ଦ ନେଇ ପାରିବେ | ଆଜିକା ଦିନ ଆପଣ ବି ସେଇ ସଂଗୀତକୁ ଶୁଣି ପାରିବେ, ଯାହା ଦୁନିଆର ବାକି ଗୀତକୁ ବୁଲେଇ ଦବ | ଯାହାର ଆପଣଙ୍କ ଜୀବନରେ କୌଣସି ମହତ୍ୱ ନାହିଁ, ତାହା ବାରମ୍ବାର କରି ନିଜର ସମୟ ନଷ୍ଟ କରନ୍ତୁ ନାହିଁ | ଜୀବନସାଥୀ ସହିତ ନିକଟବର୍ତ୍ତୀ ରହିବା ଆପଣଙ୍କୁ ଖୁସି ଦେବ | ଆଜି କୌଣସି ଜ୍ଞାନୀ ପୁରୁଷଙ୍କ ସଙ୍ଗତରେ ଆସି ଆପଣଙ୍କର ବହୁତ ସମସ୍ୟାର ସମାଧାନ କରିପାରିବେ |

କନ୍ୟା : ସନ୍ଦେହ କରିବା ସ୍ଵଭାଵ କାରଣରୁ ଆପଣଙ୍କୁ ପରାଜୟ ହେବାକୁ ପଡି ପାରେ | କାନ୍ତି ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆଜି ସନ୍ଧ୍ୟା ବେଳେ କୌଣସି ପୁରୁଣା ସାଙ୍ଗ ସାଙ୍ଗରେ ଦେଖା ହେଇ ପାରେ ଓ ଆପଣ ବହୁତ ଖୁସି ଅନୁଭବ କରିବେ | ବ୍ୟକ୍ତିଗତ ସମ୍ବନ୍ଧ ସଂବେଦନଶୀଳ ଓ ସୁକ୍ଷ୍ମ ରହିବ | କୌଣସି ଅନାବଶ୍ୟକ କାମରେ ଆଜି ଆପଣ ଆପଣଙ୍କର ସମୟ ନଷ୍ଟ କରିବେ | ଆପଣଙ୍କୁ ନିଜର ଜୀବନ-ସାଥୀଙ୍କର ଶକ୍ତ ଓ କଡ଼ା ରୂପ ଦେଖିବାକୁ ମିଳିବ, ଯାହା କାରଣରୁ ଆପଣ ଅସହଜତା ଅନୁଭବ କରିବେ | ପୁରୁଣା କାମକୁ ଶେଷ ନ କରି ନୂଆ କାମରେ ହାତ ଦିଅନ୍ତୁ ନାହିଁ ନଚେତ ଭବିଷ୍ୟତରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ |

ତୁଳା : ଖେଳ ଓ ଘର ବାହାରେ ହୋଉଥିବା କାମରେ ଭାଗନେବା ଆପଣଙ୍କ ପାଇଁ ଅତି ଉପକାରୀ ପ୍ରମାଣିତ ହେବ | ନିଜକୁ ଆଜି ଗୋଟେ ନୂଆ ଉତ୍ତେଜିତ ଅବସ୍ଥାରେ ପାଇବେ ଓ ଆପଣଙ୍କ ଅର୍ଥ ଅବସ୍ଥାରେ ଲାଭ ହେବ | ଆପଣଙ୍କ ବ୍ୟକ୍ତିଗତ ଜୀବନରେ କିଛି ବିଶେଷ ଘଟିବ, ଯାହା ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ପାଇଁ ଖୁସି ନେଇକି ଆସିବ | ଆପଣଙ୍କୁ ଆପଣଙ୍କ ପ୍ରେମୀ କିମ୍ବା ପ୍ରେମିକାଙ୍କ ଠୁ ଧୋକା ମିଳି ପାରେ | ଆଜି ଆପଣଙ୍କର ଖାଲି ସମରେ ଆପଣ ଆପଣଙ୍କର ସାଙ୍ଗସାଥୀମାନଙ୍କ ସହିତ କଟାଇପାରନ୍ତି | ଯଦି ଆପଣଙ୍କ ଜୀବନ-ସାଥୀଙ୍କର ମନ ଖରାପ ଅଛି ଓ ଆପଣ ଚାହୁଁଛନ୍ତିକି ଦିନ ଭଲ ଯାଉ,ତାହେଲେ ଚୁପ ରୁହନ୍ତୁ | ଆପଣଙ୍କ କଷ୍ଟ ଦିନ ଏବେ ସାରି ଆସୁଛି |ତେଣୁ ନିଜ ଜୀବନକୁ ନୂଆ ଦିଗ ଦେବାକୁ ଚିନ୍ତା କରନ୍ତୁ |

ବିଛା : ଯୋଗ ଓ ତପଶ୍ୟା ଆଧ୍ୟାତ୍ମିକ ଓ ଶାରୀରିକ ଲାଭ ପାଇଁ ଉପକାରୀ ହୋଇ ଥାଏ | ଯଦି ଆପଣ ଭ୍ରମଣ କରିବାକୁ ବାହାରକୁ ଯାଉଛନ୍ତି ତେବେ ନିଜର ମୂଲ୍ୟବାନ ଵାସ୍ତୁମାନଙ୍କର ବିଶେଷ ଧ୍ୟାନ ରଖନ୍ତୁ କାରଣ ଚୋରି ହେବାର ଅନେକ ସମ୍ଭାବନା ଅଛି | ବିଦେଶରେ ରହୁଥିବା କୌଣସି ବନ୍ଧୁ-ବାନ୍ଧବ ଠୁ ମିଳି ଥିବା ଉପହାର ଆପଣଙ୍କୁ ଖୁସି ଦେଇ ପାରେ | ପ୍ରେମ ଅସୀମ ଥାଏ, ସବୁ ସୀମାଠୁ ପାର, ଆପଣ ଏହି କଥା ଆଗରୁ ବି ଶୁଣି ଥିବେ | କିନ୍ତୁ ଆଜି ସେହି ଦିନ ଅଛି ଯେବେ ଆପଣ ଯଦି ଚାହାନ୍ତି ତାହେଲେ ନିଜେ ଅନୁଭବ କରି ପାରିବେ | ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଆପଣଙ୍କ ଜୀବନସାଥୀ କୌଣସି ସୁନ୍ଦର ବିସ୍ମୟ ଦ୍ୱାରା ଆପଣଙ୍କ ଦିନକୁ ଉତ୍ତମ ବନେଇ ପାରନ୍ତି | ମାତାପିତାଙ୍କ ପାଇଁ ଆଜି ଆପଣ କୌଣସି ତାଙ୍କ ପସନ୍ଦର ଖାଦ୍ୟ ଆଣିପାରନ୍ତି |ଏହାଦ୍ୱାରା ଘରେ ସକାରାତ୍ମକ ପରିବେଶ ସୃଷ୍ଟି ହୋଇପାରେ |

ଧନୁ : ନିଜକୁ ବେଶୀ ଆଶାବାଦୀ ହେବା ପାଇଁ ପ୍ରେରଣା ଦିଅନ୍ତୁ | ତାହା କଲେ ନା କେବଳ ଆପଣଙ୍କ ଆତ୍ମବିଶ୍ୱାସ ଓ ବ୍ୟବହାରରେ ବୃଦ୍ଧି ହେବ, ତା ଛଡ଼ା ଆପଣଙ୍କ ଡର ,ଇର୍ସା ଓ ଘୃଣା ପରି ନକରାତ୍ମକ ମନଭାଵନା ବି କମି ଯିବ | କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ଅବହେଳା ବି ଆଜି ଆପଣଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ କରାଇପାରେ | ଆଜି ଘର ଲୋକଙ୍କୁ ଲଜ୍ଜିତ କରନ୍ତୁ ନାହିଁ ଓ ଘର ଅବସ୍ଥା ହିସାବରେ ଗ୍ରହଣ କରନ୍ତୁ | ଆଜି ଆପଣ ଟିକେ ଅଲଗା ପ୍ରକାରର ଭଲ ପାଇବାକୁ ଅନୁଭବ କରି ପାରିବେ | କାର୍ଯ୍ୟ ସମ୍ପର୍କରେ ଯାତ୍ରା କରିବା ଆପଣଙ୍କ ପାଇଁ ଅତି ଉପକାରୀ ଓ ମନୋହର ଅଟେ | କୌଣସି ପୁରୁଣା ସାଙ୍ଗ ନିଜ ସହିତ ଆପଣଙ୍କ ଜୀବନ ସାଥୀଙ୍କର ପୁରୁଣା ସ୍ମୃତିକୁ ସାଙ୍ଗରେ ନେଇକି ଆସିବେ | ଯଦି ଆପଣ ନିଜ ମନର ଶୁଣିବେ, ତାହେଲେ ଆଜିର ଦିନ କିଣା-କିଣି ଦୃଷ୍ଟିରେ ଭଲ ରହିବ | ଆପଣାକୁ କିଛି ଭଲ ବସ୍ତ୍ର ଓ ଜୋତାର ଆବଶ୍ୟକତା ଅଛି |

ମକର : ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ,ନଚେତ ନେବା ଜାଗାରେ ଦେବାକୁ ପଡ଼ି ପାରେ | ଯଦପି ଆପଣଙ୍କ ଆର୍ଥିକ ସ୍ତିଥିରେ ସୁଧାର ଆସିବ, ତଥାପି ପଇସା ଅବିରତ ପାଣି ପରି ବୋହି ଯିବ ଓ ଆପଣଙ୍କ ଯୋଜନାରେ ବାଧା ସ୍ତୃଷ୍ଟି କରି ପାରିବେ | ଏମିତି କଥା ଉପରେ କିଛି କହିବା ଠୁ ପରିହାର କରନ୍ତୁ, ଯାହାକୁ ନେଇକି ନିଜ ଲୋକଂକ ଭିତରେ ବାଦ-ବିବାଦ ହେବାର ସମ୍ଭାବନା ଅଛି | ପ୍ରେମରେ ଅଶିଷ୍ଟ ବ୍ୟବହାର ପାଇଁ କ୍ଷମା ମାଗନ୍ତୁ | ଏହି ରାଶିର ବ୍ୟକ୍ତିମାନେ ଆଜି ଖାଲି ସମୟରେ ତାଙ୍କର କୌଣସି ସମସ୍ୟାର ସମାଧାନ କରିବାପାଇଁ ଚେଷ୍ଟା କରିବେ | ଆଜି ସ୍ଥିତି ଆପଣଙ୍କ ଇଚ୍ଛା ଅନୁସାରରେ ହେବ ନାହିଁ, ତଥାପି ଆପଣ ଆପଣଙ୍କ ଜୀବନସାଥୀ ସହିତ ସୁନ୍ଦର ସମୟ କଟାଇବେ | ଆଜି ଛୁଟି ଦିନରେ କୌଣସି ମଲ୍ଟିପ୍ଲେକ୍ସରେ ଯାଇକି କୌଣସି ଭଲ ଚଳଚିତ୍ର ଦେଖିବାଠୁ ଭଲ ଆଉ କଣ ହୋଇ ପାରିବ |

କୁମ୍ଭ : ଧର୍ଯ୍ୟ ରଖନ୍ତୁ,କାରଣ ବୁଢ଼ୀ ଓ ଚେଷ୍ଟା ସଫଳତା ନିହାତି ଦେବ | ବ୍ୟାପାରରେ ଲାଭ ଆଜି ବହୁତ ବ୍ୟପାରୀଙ୍କ ଚେହେରାରେ ଖୁସି ଆଣିପାରେ | ବ୍ୟକ୍ତିଗତ କଥାକୁ ସମାଧାନ କରିବା ସମୟରେ ଦୟା ଦେଖନ୍ତୁ,କିନ୍ତୁ ନିଜର ପାଟି ନିଅନ୍ତ୍ରଣରେ ରଖନ୍ତୁ ନଚେତ ଯୋଉ ମାନଙ୍କୁ ଆପଣଙ୍କୁ ପ୍ରେମ ଓ ଆପଣଙ୍କର ଚିନ୍ତା କରନ୍ତି,ସେଇ ମାନଙ୍କୁ କଷ୍ଟ ଦେଇ ପାରନ୍ତି | ଟିକେ ସଂଭାଳିକି ରୁହନ୍ତୁ,କାରଣ ଆପଣଙ୍କ ପ୍ରିୟ ରସମୟ ଭାବରେ ଆପଣଙ୍କୁ ତେଲ ମାରି ପାରନ୍ତି କି – ମୁଁ ତୁମ ବିନା ଏଇ ଦୁନିଆରେ ବଞ୍ଚି ପାରିବିନି | ଯାତ୍ରା ଓ ଶିକ୍ଷାଠୁ ଜଡିତ କାର୍ଯ୍ୟ ଆପଣଙ୍କ ସଚେତନତାରେ ବୃଦ୍ଧି ଆଣିବ | ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଠାରେ ପ୍ରେମରେ ପଡ଼ିବେ | ଛୁଟି ଦିନରେ କାର୍ଯ୍ୟାଳୟର କାମ କରିବାଠୁ ଖରାପ ଆଉ କଣ ହୋଇ ପାରେ | କିନ୍ତୁ ଚିନ୍ତା କରନ୍ତୁ ନାହିଁ, କାରଣ କାର୍ଯ୍ୟ କରିକି ଆପଣ ନିଜର ଅନୁଭବକୁ ଆହୁରି ବୃଦ୍ଧି କରି ପାରିବେ |

ମୀନ : ନିଜର ଖାଦ୍ୟ ଉପରେ ନିୟନ୍ତ୍ରଣ ରକଃନ୍ତୁ ଓ ସୁସ୍ତ ରହିବା ପାଇଁ ନିୟମିତ ବ୍ୟୟାମ କରନ୍ତୁ | ଯେଉଁ ମାନେ ଆପଣଙ୍କୁ ଉଦ୍ୟମ ପାଇଁ ଋଣ ମାଗୁଛନ୍ତି ତାଙ୍କୁ ଆଜି ଅବଜ୍ଞା କରନ୍ତୁ | ପରିବାର ଲୋକଙ୍କ ସହିତ ଶାନ୍ତି ଓ ଆରାମରେ ଦିନର ମଜା ଉଠାନ୍ତୁ | ଯଦି ଲୋକ ମାନେ ଅସୁବିଧା ଧରି ଆପଣଙ୍କ ସମୁଖକୁ ଆସନ୍ତି ତାହେଲେ ତାକୁ ଗୁରୁତ୍ୱ ଦିଅନ୍ତୁ ନାହିଁ ଓ ନିଜର ମାନସିକ ଶାନ୍ତି ଭଙ୍ଗ କରନ୍ତୁ ନାହିଁ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ନିଜର ସମୟ ଓ ଉର୍ଜା ଅନ୍ୟ ମାନଂକୁ ସାହାଯ୍ୟ କରିବାରେ ଲଗାନ୍ତୁ, କିନ୍ତୁ ଏମିତିଆ କଥାରେ ପଡନ୍ତୁ ନାହିଁ ଯେଉଁଥିରେ ଆପଣଙ୍କର କିଛି ନବ ଦବା ନାହିଁ | ହୋଇ ପାରେକି ବୈବାହିକ ଜୀବନରେ ବିରାମ ଲାଗିବ କାରଣରୁ ଆପଣ ନିଜର ଜୀବନ-ସାଥୀ ଉପରେ କ୍ରୋଧିତ ହୋଇ ପାରନ୍ତି | ଆପଣଙ୍କ ସରଳ ଜୀବନ ଆପଣଙ୍କ ବ୍ୟବହାରକୁ ମଧ୍ୟ ସରଳ କରିଥାଏ |ଏହି କଥା ମନେରଖି ଆପଣ ନିଜ ବ୍ୟବହାରରେ ସରଳତା ଆଣିପାରିବେ |