କମ୍ ବୟସର ଝିଅଙ୍କ ସହିତ ଅଧିକ ସମୟ ବିତାଇବାକୁ ଅଧିକାଂଶ ବିବାହିତ ପୁରୁଷ ଆଗ୍ରହ ପ୍ରକାଶ କରୁଥିବା ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି । ତେବେ କ’ଣ ପାଇଁ ପୁରୁଷମାନେ ସେମାନଙ୍କ ବୟସଠାରୁ ବହୁତ କମ୍ ବୟସର ଝିଅଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି, ତା’ର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସର୍ବେକ୍ଷଣରେ ଭାଗ ନେଇଥିବା ପୁରୁଷମାନେ କହିଛନ୍ତି ଯେ କମ୍ ବୟସର ଝିଅଙ୍କ ସହିତ ମତ ବିନିମୟ କରିବା ଫଳରେ ସେମାନେ ଅତୀତର ଅଭୁଲା ସ୍ମୃତିକୁ ତାଜା କରି ଅପୂର୍ବ ଆନନ୍ଦ ପାଆନ୍ତି । କିଛି ଲୋକଙ୍କ ମତରେ ତେଲଲୁଣ ଜଞ୍ଜାଳରୁ କିଛି ସମୟ ପାଇଁ ମନଫୁର୍ତି କରିବାକୁ ହେଲେ ପାଖରେ କମ୍ ବୟସର ଝିଅଟିଏ ଦରକାର । ସେମାନଙ୍କ ଗହଣରେ କିଛି ସମୟ ବିତାଇଲେ ମନରେ ପୁଣି ବଂଚିବାର ଆଶା ସଂଚାରିତ ହୁଏ ।
ସର୍ବେକ୍ଷଣରୁ ଜଣାଯାଇଛି, ପୁରୁଷଙ୍କ ବୟସ ଯେତିକି ମାତ୍ରାରେ ବଢ଼ିଚାଲେ, ସେମାନେ ସେତିକି କମ୍ ବୟସର ମହିଳାଙ୍କ ପ୍ରତି ଆକର୍ଷିତ ହୁଅନ୍ତି । କମ୍ ବୟସର ମହିଳାଙ୍କ ସହ ମିଶିବା ଫଳରେ ପୁରୁଷମାନେ ନିଜକୁ ଚିନ୍ତାମୁକ୍ତ ଅନୁଭବ କରନ୍ତି । ବୟସ ବଢ଼ିବା କାରଣରୁ ଅଧିକାଂଶ ପୁରୁଷଙ୍କ ମନରୁ ସଙ୍କୋଚଭାବ ଚାଲିଯାଏ, ସେମାନେ ମନଖୋଲି କମ୍ ବୟସର ମହିଳାଙ୍କ ସହିତ ଯେକୌଣସି ଆଲୋଚନା କରିପାରନ୍ତି । କିଛି ପୁରୁଷ କହିଛନ୍ତି, କମ୍ ବୟସର ଝିଅଙ୍କ ସହିତ ମିଶିବା ଫଳରେ ସେମାନେ ନିଜକୁ ଯୁବକ ଅନୁଭବ କରନ୍ତି । ସେମାନଙ୍କ ମତରେ କମ୍ ବୟସର ମହିଳା ଅଧିକ ରୋମାଂଟିକ ଯାହା ସହିତ ଜୀବନକୁ ମନଭରି ଉପଭୋଗ କରିବାକୁ ଇଛା ହୁଏ ।