ଆଇପିଏଲ-୧୩ : ଦୁଇଟି ସୁପର ଓଭର ସତ୍ତ୍ବେ ମୁମ୍ୱାଇକୁ ହରାଇ ପଞ୍ଜାବ ବିଜୟୀ

ଆବୁଦାବି: ପ୍ରଥମ ଥର ପାଇଁ ଗୋଟେ ମ୍ୟାଚରେ ଦୁଇ ଥର ସୁପର ଓଭର ଖେଳା ଯାଇଛି । ଆଉ ଆଇପିଏଲରେ ଇତିହାସରେ ପ୍ରଥମ ଥର ଲାଗି  ଗୋଟିଏ ଦିନରେ ୩ଟି ସୁପର ଓଭର ଦେଖିବାକୁ ମିଳିଛି । ଏହି ରୋମାଞ୍ଚକର
ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ପ୍ରଥମ ମ୍ୟାଚରେ  ମଧ୍ୟ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ସୁପର ଓଭରରେ  ହରାଇଥିବା ବେଳେ  କିଙ୍ଗସ ଏକାଦଶ ପଞ୍ଜାବ ଓ ମୁମ୍ବାଇ ମଧ୍ୟରେ  ଖେଳାଯାଇଥିବା ମ୍ୟାଚର ଫଳାଫଳ ପାଇଁ  ଦୁଇ ଦୁଇଟି ସୁପର ମ୍ୟାଚର  ସହାୟତା ନିଆ ଯାଇଥିଲେ । ଆଉ ସେ ଥିରେ ବାଜି ମାରିଥିଲା ପଞ୍ଜାବ।

ମ୍ୟାଚରେ ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ  ୧୨ ରନର ବିଜୟ ଲକ୍ଷ୍ୟକୁ ପଞ୍ଜାବ ଦୁଇ ବଲ ପୂର୍ବରୁ ହାସଲ କରି ନେଇଥିଲା । ଟ୍ରେଣ୍ଟ  ବୋଲ୍ଟଙ୍କ ଓଭରରେ କ୍ରିସ ଗେଲ ଗୋଟେ ଛକା ମାରିଥିବା ବେଳେ ମୟଙ୍କ ଅଗ୍ରୱାଲ ଦୁଇଟି ଚଉକା ମାରି ପଞ୍ଜାବକୁ ଦେଇଥିଲେ ବିଜୟ ଭେଟି । ଏଥି ପୂର୍ବରୁ ପ୍ରଥମ ସୁପର ଓଭରରେ ମାତ୍ର ୫ ରନ ଖର୍ଚ୍ଚ କରିଥିଲେ ଯଶପ୍ରୀତ ବୁମରା  । ପଞ୍ଜାବ ପକ୍ଷରୁ ନିକୋଲସ ପୁରାନ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ । ଆଉ ଅଧିନାୟକ ଲୋକେଶ ରାହୁଲ ୪ ରନ କରି ଆଉଟ ହୋଇଥିଲେ । ଦୀପକ ହୁଡ଼ା  ୧ ରନ କରିଥିଲେ । ପଞ୍ଜାବ ପାଇଁ ସୁପର ଓଭର ପକାଇଥିଲେ  ମହମ୍ମଦ ଶାମି । ସେ  ପ୍ରଥମ ୩ଟି ବଲରେ ୩ ରନ ଦେଇଥିଲେ । କିନ୍ତୁ ଶାମି  ଅନ୍ତିମ ୩ ବଲ ୟର୍କର ମାରିଥିଲେ , ଯେଉଁଥିରେ ମୁମ୍ବାଇ ୨ ରନ କରି ବାକୁ ସକ୍ଷମ ହୋଇଥିଲା । ମୁମ୍ବାଇ ୫ ରନ କରିବାରୁ ପୁଣି ଥରେ ସୁପର ଓଭର ଖେଳା ଯାଇଥିଲା ।

ସେପଟେ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍‌ ହରାଇ ୧୭୬ ରନ୍‌ ସଂଗ୍ରହ କରିଥିଲା । ଦଳ ପାଇଁ କ୍ୱିଣ୍ଟନ ଡି କକ୍‌ ୫୩ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ। ପଞ୍ଜାବ ପକ୍ଷରୁ ମହମ୍ମଦ ଶାମି ଓ ଅର୍ସଦୀପ୍‌ ସିଂ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ପଞ୍ଜାବ ମଧ୍ୟ ଶେଷ ପର୍ଯ୍ୟନ୍ତ ଖେଳି ସମାନ ସଂଖ୍ୟକ ଉଇକେଟ କ୍ଷତିରେ  ୧୭୬ ରନ୍‌ ହିଁ କରିବାକୁ ସକ୍ଷମ ହୋଇଥିଲେ । ଅଧିନାୟକ ରାହୁଲ ୭୭ ରନର ଇନିଂସ ଖେଳିଥିଲେ । ବୁମରା ୩ ଓ ରାହୁଲ ଚହର ୨ ଉଇକେଟ ନେଇଥିଲେ ।