‘ବିଜେପି ଯୋଉଠି ହାରେ, ତିନି ଜ୍ୱାଇଁଙ୍କୁ ପଠାଏ’

ମୋତେ ଗାଳିଦିଅ, ପୁରସ୍କାର ପାଅ: ନୀତୀଶ

ଆସ୍ଥା ଭୋଟ୍‌ ଜିତିଲା ମହାମେଂଟ….

ପାଟନା: ବିହାରରେ ରାଜନୀତି ଛକାପଞ୍ଝା ଚାଲିଥିବା ଭିତରେ ବୁଧବାର ବିଧାନସଭାରେ ନୀତୀଶ-ତେଜସ୍ୱୀ ସରକାର ବହୁମତ ହାସଲ କରିଛି । ବିରୋଧୀ ଦଳ ଆସ୍ଥା ଭୋଟକୁ ବର୍ଜନ କରିଥିଲା । ବିଜେପି ପ୍ରତିକ୍ରିୟାରେ କହିଛି, ବାଚନିକ ଭାବେ ବହୁମତ ପ୍ରମାଣିତ ହେବାପରେ ଆସ୍ଥା ଭୋଟ ମୂଲ୍ୟହୀନ । ନୀତୀଶଙ୍କ ମହାମେଂଟ ସରକାରକୁ ୧୬୦ ବିଧାୟକ ସମର୍ଥନ କରିଛନ୍ତି । ନୀତୀଶଙ୍କୁ ଓୱୈସୀଙ୍କ ଏଆଇଏମ୍‌ଆଇଏମ୍‌ ମଧ୍ୟ ସମର୍ଥନ କରିଛି । ଆସ୍ଥା ଭୋଟ ପୂର୍ବରୁ ବିଧାନସଭା ଆଲୋଚନା ବେଶ ସରଗରମ ଥିଲା । ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ କହିଛନ୍ତି, ଏମିତି କେହି ନିକଟତମ ଲୋକ ନାହାନ୍ତି ଯାହାକୁ ନୀତୀଶ କୁମାର ଠକି ନାହାନ୍ତି ।

ପାଲଟା ଜବାବ ଦେଇ ନୀତୀଶ କହିଛନ୍ତି, ମୋ ପାଖରେ ସାତୋଟି ଦଳ ଥିଲା । ଆଜି ଅଷ୍ଟମ ଦଳ ମଧ୍ୟ ସମର୍ଥନ କଲା । କେବଳ ଆପଣ ବିପକ୍ଷରେ । ଆପଣମାନେ ମୋ ବିରୋଧରେ ଯେତେ ଗାଇବେ, କେନ୍ଦ୍ରଠାରୁ ସେତିକି ଅଧିକ ଫାଇଦା ପାଇବେ । ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ବିଜେପିକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ସେ କହିଛନ୍ତି, ଯେଉଁଠି ବିଜେପି ହାରିଛି, ତିନି ଜାମାତାଙ୍କୁ ପଠାଇଛି ।