ପୁରୀ : କରୋନା ପାଇଁ ସ୍ୱର୍ଗଦ୍ୱାରରେ ଶବଦାହ ନ କରିବା କଟକଣା ଲାଗୁ କରାଯାଇଥିଲା। ଗତକାଲି ଏହି ନିୟମ ହଟାଯାଇଛି । କଟକଣା ହଟିବା ପରେ ଆଜି ପୁରୀ ସ୍ୱର୍ଗଦ୍ୱାରକୁ ସାନିଟାଇଜ୍ କରାଯାଇଛି। ଏବେ ସ୍ୱର୍ଗଦ୍ୱାରରେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ହୋଇପାରିବ। ହେଲେ କୋଭିଡରେ ମୃତ୍ୟୁ ହେଲେ ଶବଦାହ ପାଇଁ ଅନୁମତି ମିଳିବ ନାହିଁ ।
ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ ।’ ଏହି କଟକଣା ସ୍ୱର୍ଗଦ୍ୱାରରେ ଜୁଲାଇ ମାସରୁ ଲାଗିଥିଲା ।