ଚୀନକୁ ଅଡୁଆରେ ପକାଇଲା ୟୁଏନ ରିପୋର୍ଟ

ଯାହା ମାନବିକତା ବିରୋଧି ବୋଲି ରିପୋର୍ଟରେ ପ୍ରକାଶ ପାଇଛି….

ନୂଆଦିଲ୍ଲୀ: ଚୀନର ସିନାଜିୟାଙ୍ଗ ପ୍ରାନ୍ତରେ ଥିବା ଉଇଗର ମୁସିଲମଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି । ଏନେଇ ସଂଯୁକ୍ତ ରାଷ୍ଟ୍ର ବା ୟୁଏନର ମାନବାଧିକାର କାର୍ଯ୍ୟାଳୟ ଏକ ରିପୋର୍ଟ ଜାରି କରିଛି । ଯେଉଁଥିରେ ଚୀନ ଦ୍ୱାରା ଉଇଗର ମୁସଲିମଙ୍କ ବିରୋଧରେ ଭେଦଭାବ କରାଯାଉଛି । ଯାହା ମାନବିକତା ବିରୋଧି ବୋଲି ରିପୋର୍ଟରେ ପ୍ରକାଶ ପାଇଛି । ଏହାସହ ଚୀନର ଆତଙ୍କବାଦ ଦମନ ନୀତି ଓ ଅନ୍ୟ ଅଧିକାର ଉଲ୍ଲଙ୍ଘନ ମାମଲାରେ ଅନ୍ତର୍ଜାତୀୟ ସମୁହ ହସ୍ତକ୍ଷେପ କରନ୍ତୁ ବୋଲି ୟୁଏନ କହିଛି ।

ତେବେ ଚୀନ ଦାବି କରୁଛି ଯେ, ତାର ପ୍ରତିଷ୍ଠାକୁ ତଳେ ପକାଇବାକୁ ଉଦ୍ୟମ କରାଯାଉଛି । କିନ୍ତୁ ସଂଯୁକ୍ତ ରାଷ୍ଟ୍ରର ଅଧିକାରୀ ଏହି ରିପୋର୍ଟ ବହୁପୂର୍ବରୁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି । ଯେଉଁଥିରେ ଉଇଗର ମୁସଲିମଙ୍କ ସହ ହେଉଥିବା ଅତ୍ୟାଚାର ସ୍ଥାନ ପାଇଛି । ରିପୋର୍ଟକୁ ସିନାଜିୟାଙ୍ଗ ପ୍ରାନ୍ତରୁ ପଳାୟନ କରିଥିବା ଉଇଗର ମୁସିଲମ ଓ ସେମାନଙ୍କ ପରିବାରର ସମସ୍ୟା ଉପରେ ଆଧାରିତ ।