ରାହୁଲଙ୍କ ସହ ୫୦ ମିନିଟର ଗୁରୁତ୍ୱପୂର୍ଣ୍ଣ ବୈଠକ କଲେ ନୀତିଶ

ବିହାରରେ କଂଗ୍ରେସ ସମର୍ଥିତ ମହାମେଣ୍ଟ ପରେ ଏହା ହେଉଛି ନୀତିଶ ଓ ରାହୁଲଙ୍କ ପ୍ରଥମ ସାକ୍ଷାତ…….

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ସମୟରେ ଉଭୟ ନେତାଙ୍କ ମଧ୍ୟରେ ପାଖାପାଖି ୫୦ ମିନିଟ ଆଲୋଚନା ହୋଇଥିଲା । ରାହୁଲଙ୍କୁ ଭେଟି ବାହାରକୁ ବାହାରିବା ପରେ କିନ୍ତୁ ନୀତିଶ ମିଡିଆ ସହ କଥା ହୋଇନଥିଲେ । ବିହାରରେ କଂଗ୍ରେସ ସମର୍ଥିତ ମହାମେଣ୍ଟ ପରେ ଏହା ହେଉଛି ନୀତିଶ ଓ ରାହୁଲଙ୍କ ପ୍ରଥମ ସାକ୍ଷାତ ।

ବିହାରରେ ସରକାର ଗଠନ ହେବା ପରେ ରାହୁଲ ଗାନ୍ଧୀ ଫୋନ କରି ନୀତିଶ କୁମାରଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହି ସାକ୍ଷାତ ସେତେବେଳେ ହୋଇଛି ଯେତେବେଳେ ରାହୁଲ ଏକଜୁଟ ହୋଇ ବିଜେପିକୁ ହରାଇବାକୁ ଆହ୍ୱାନ ଦେଇଛନ୍ତି । ଅନ୍ୟପଟେ ବିହାରରେ ସରକାର ପରିବର୍ତ୍ତନ ହେବା ପରେ ନୀତିଶ ମଧ୍ୟ ବିରୋଧୀଙ୍କ ଏକଜୁଟତାକୁ ନେଇ ଓକିଲାତି କରୁଛନ୍ତି ।