ଭାରତର ପ୍ରଥମ ନାଜାଲ ଭ୍ୟାକ୍ସିନକୁୁ ମଞ୍ଜୁରୀ

ବିଜ୍ଞାନ ସଞ୍ଚାଳିତ ଦୃଷ୍ଟିକୋଣ ଓ ସମସ୍ତଙ୍କ ପ୍ରୟାସ ବଳରେ ଆମେ କରୋନାକୁ ହରାଇ ଦେବୁ……

ନୂଆଦିଲ୍ଲୀ: ଭାରତ ବାୟୋଟିକ ଦ୍ୱାରା ପ୍ରସ୍ତୁତ ଦେଶର ପ୍ରଥମ ନାଜାଲ ଭ୍ୟାକ୍ସିନକୁ ଡିସିଜିଆଇ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରିଛି । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟା ସୂଚନା ପ୍ରଦାନ କରିଛନ୍ତି । ୧୮ ବର୍ଷରୁ ଅଧିକ ବର୍ଗଙ୍କୁ ଏହି ଟିକା ଦିଆଯିବ । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭୀୟା କହିଛନ୍ତି ଯେ, କୋଭିଡ-୧୯ ବିରୋଧରେ ଭାରତର ଲଡେଇକୁ ଏକ ବଡ ଶକ୍ତି ମିଳିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କରୋନା ବିରୋଧୀ ଲଡେଇରେ ବିଜ୍ଞାନ, ଅନୁସନ୍ଧାନ, ବିକାଶ ଓ ମାନବ ସମ୍ପଦର ଉପଯୋଗ କରାଯାଇଛି । ବିଜ୍ଞାନ ସଞ୍ଚାଳିତ ଦୃଷ୍ଟିକୋଣ ଓ ସମସ୍ତଙ୍କ ପ୍ରୟାସ ବଳରେ ଆମେ କରୋନାକୁ ହରାଇ ଦେବୁ । ସୂଚନାଯୋଗ୍ୟ, ଉକ୍ତ ଭ୍ୟାକ୍ସିନକୁ ନାକ ଦ୍ୱାରା ଦିଆଯିବ ।