ହଲାବୋଲରେ ଆଗରେ: ନେତୃତ୍ୱ ନେବାରେ ପଛରେ ରାହୁଲ ଗାନ୍ଧୀ

ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଭାରତଯୋଡ଼ ଯାତ୍ରା ଆରମ୍ଭ ହେବାକୁ ଯାଉଛି……

ନୂଆଦିଲ୍ଲୀ : କଂଗ୍ରେସ ଭିତରେ ଚାଲିଥିବା ଘମାସାନ ଏବଂ ପାର୍ଟି ସାମ୍ନାରେ ଯେଉଁ ଚାଲେଞ୍ଜ ରହିଛି ସେଥିରେ ପାର୍ଟି ସଂପୂର୍ଣ୍ଣ ରୂପେ ବ୍ୟସ୍ତ ଏବଂ ବିବ୍ରତ ଅବସ୍ଥାରେ ରହିଛି । ରାହୁଲ ଗାନ୍ଧୀ ପାର୍ଟିର ସ୍ଥିତି କ’ଣ ସଂପୂର୍ଣ୍ଣ ରୂପେ ଜାଣିସାରିଲେଣି । ତାଙ୍କୁ ନେଇ ଚାଲିଥିବା କଳ୍ପନା ଜଳ୍ପନା ଖୁବଶୀଘ୍ର ସମାପ୍ତ ହେବ ବୋଲି ପାର୍ଟି ପକ୍ଷରୁ କୁହାଯାଉଛି । ପାର୍ଟି ରାହୁଲଙ୍କ ଅଧ୍ୟକ୍ଷ ପଦରେ ବସିବାକୁ ନେଇ ଆଶଙ୍କିତ ଅବସ୍ଥାରେ ରହିଛି ।

ଗାନ୍ଧୀ ପରିବାର ବିନା କଂଗ୍ରେସ ଦଳର ସ୍ଥିତି ରହିବ ନାହିଁ ବୋଲି ଦଳର ନେତାମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ଏହି କ୍ରମରେ ରାହୁଲ ଗାନ୍ଧୀ ଦରଦାମ ବୃଦ୍ଧି ପ୍ରସଙ୍ଗରେ ହଲ୍ଲାବୋଲ କରୁଥିବାବେଳେ ନେତୃତ୍ୱ ନେବାରେ କାହିଁକି ପଛେଇ ଯାଉଛନ୍ତି ତାହାର କାରଣ ସ୍ପଷ୍ଟ ହୋଇନାହ । ରାହୁଲଙ୍କୁ ଦଳର ସ୍ଥିତି ଯଦି ସଂପୂର୍ଣ୍ଣ ଭାବରେ ଜଣାଅଛି ତେବେ ସେ ଦାୟିତ୍ୱ ନେବାରୁ କାହିଁକି ପଛରେ ରହୁଛନ୍ତି ।

ଆସନ୍ତା ମାସରେ ହିଁ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ । ଏବେ ସୁଦ୍ଧା ଅଧ୍ୟକ୍ଷ ପଦରେ କିଏ ବସିବ । କାହିଁକି ସ୍ପଷ୍ଟ କରୁନାହାନ୍ତି ରାହୁଲ ତାହା ନେଇ ସନ୍ଦେହ ସୃଷ୍ଟି ହୋଇଛି । ନିର୍ବାଚନ ପୂର୍ବରୁ କଂଗ୍ରେସ ପକ୍ଷରୁ ଭାରତଯୋଡ଼ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏହାର ନେତୃତ୍ୱ ରାହୁଲ ଗାନ୍ଧୀ ନେଉଛନ୍ତି । ଗୁଜୁରାଟରେ ମଧ୍ୟ ସେ ବିରାଟ ରାଲିରେ ଯୋଗ ଦେଇଛନ୍ତି ।