ଆଦିବାସୀ ମାନ୍ୟତା ଦାବିରେ କଳାଦିବସ ପାଳିଲା କୁଡୁମି ସେନା

କେନ୍ଦୁଝର: ଓଡିଶାର ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ମୁଖ୍ୟ ଅଧିବାସୀ ମଧ୍ୟରେ କୁଡୁମି(ମହାନ୍ତ) ସମ୍ପ୍ରଦାୟ ଅନ୍ୟତମ । ଏହା ସହ ଏହି ସମ୍ପ୍ରଦାୟ ଅନ୍ୟ ସବୁ ରାଜ୍ୟରେ ମଧ୍ୟ ପରିବ୍ୟାପ୍ତ । ଅନ୍ୟ ସବୁ ରାଜ୍ୟରେ କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ମିଳିଥିଲେହେଁ ଓଡ଼ିଶାରେ ଆଦିବାସୀ ମାନ୍ୟତା ହଟାଇ ଦିଆଯାଇଛି । କୁଡୁମି ଜାତିକୁ ଆଦିବାସୀ ମାନ୍ୟତା ଦେବା ପାଇଁ କୁଡିମି ସେନା ପକ୍ଷରୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି । ଏହି ଆଦିବାସୀ ଜାତିକୁ ପୁନଃ ମାନ୍ୟତା ପ୍ରଦାନ ଓ ଆଜିର ଦିନରେ ଆଦିବାସୀ ମାନ୍ୟତା ହଟାଇ ଦିଆଯାଇଥିବା ପ୍ରତିବାଦ କରି କଳା ଦିବସ ମାନିଛି ଓଡିଶା କୁଡୁମି ସେନା । କୁଡିମି ସେନାର ଶତାଧିକ କର୍ମୀ ସ୍ଥାନୀୟ କାଳୀ ପଡିଆରୁ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଆଦିବାସୀ ମାନ୍ୟତା ପ୍ରଦାନ ନେଇ ଜିଲ୍ଲାପାଳଙ୍କ ଜରିୟାରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଦାନ କରିଛି କୁଡୁମି ସେନା । ଦାବି ଯଥାଶୀଘ୍ର ନମାନିଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବବୋଲି ଚେତାବନୀ ଦେଇଛି କୁଡୁମି ସେନା ।