ରିଲିଜ୍‌ ପରେ ‘ବ୍ରହ୍ମାସ୍ତ୍ର’କୁ ପସନ୍ଦ କଲେ ଦର୍ଶକ

ଦେଖିବାକୁ ଗଲେ ‘ବ୍ରହ୍ମାସ୍ତ୍’କୁ ଅଧିକ ପଜିଟିଭ୍‌ କମେଣ୍ଟ୍‌ ମିଳିଛି…..

ମୁମ୍ବାଇ: ଦୀର୍ଘ ପ୍ରତୀକ୍ଷାର ଅନ୍ତଃ ଘଟିଛି। ସମସ୍ତ ପ୍ରତୀକ୍ଷା ପରେ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ବ୍ରହ୍ମ‌ାସ୍ତ୍ର। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ଦୀର୍ଘ ୧୦ ବର୍ଷର ପରିଶ୍ରମର ଫଳ ଏହି ଚଳଚ୍ଚିତ୍ରଟି ଏବେ ସଭିଙ୍କ ମୁହଁରେ। ୨୦୧୭ ମସିହାରେ ନିର୍ଦ୍ଦେଶକ ଚଳଚ୍ଚିତ୍ର ସଂପର୍କରେ ଘୋଷଣା କରିବା ପରେ ପ୍ରଶଂସକମାନେ ଖୁବ୍‌ ଖୁସି ହୋଇ ଯାଇଥିଲେ।

ଏବେ ଫିଲ୍ମଟି ରିଲିଜ୍‌ ହେବା ପରେ ଦର୍ଶକମାନେ ସୋସିଆଲ୍‌ ମିଡିଆରେ ସେମାନଙ୍କ ଭାବନା ପ୍ରକାଶ କରିବା ଆରମ୍ଭ କରି ଦେଇଛନ୍ତି।  ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ‘ବ୍ରହ୍ମାସ୍ତ୍ର’ ଦେଖିବା ପରେ ନିଜର ମତ ରଖି କହିଛନ୍ତି ଯେ ଫିଲ୍ମଟିକୁ ଦୁଇ ପ୍ରକାରର ପ୍ରତିକ୍ରିୟା ମିଳିବ। କିିଛି ଲୋକ ଫିଲ୍ମଟିକୁ ଭଲ କହିବେ ଓ ଆଉ କିଛି ଲେ‌ାକ ବହୁତ ଖରାପ କହିବେ।

ଆପଣ ଜାଣିଥିବେ ନିଶ୍ଚୟ ଯେ ପୂର୍ବରୁ ହିଁ ଫିଲ୍ମଟିକୁ ନେଇ ସୋସିଆଲ୍‌ ମିଡିଆରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଛି। ଏହି କ‌ାରଣରୁ ଫିଲ୍ମଟିକୁ ଯଦି କିଛି ଦର୍ଶକ ପସନ୍ଦ ନକରୁଛନ୍ତି ତେବେ ଏହା କୌଣସି ନୂଆ କଥା ହେବ ନାହିଁ। ମାତ୍ର ଏପରି ବି କିଛି ସେ‌ାସିଆଲ୍‌ ମିିଡିଆ ବ୍ୟବହାରକାରୀ ଅଛନ୍ତି, ଯିଏକି ଚଳଚ୍ଚିତ୍ରଟିକୁ ଖୁବ୍‌ ପସନ୍ଦ କରୁଛନ୍ତି। କେହି କେହି ଚଳଚ୍ଚିତ୍ରକୁ ଦେଖିବା ପରେ ବ୍ଲକ୍‌ବାଷ୍ଟର୍‌, ଜବରଦସ୍ତ ପରି କମେଣ୍ଟ ଦେଇଛନ୍ତି। ଦେଖିବାକୁ ଗଲେ ‘ବ୍ରହ୍ମାସ୍ତ୍’କୁ ଅଧିକ ପଜିଟିଭ୍‌ କମେଣ୍ଟ୍‌ ମିଳିଛି।’