କେନ୍ଦୁଝର ଜିଲ୍ଲାରେ ଆପ ର ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ

ମସ୍ତେ ଜାଣନ୍ତି କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ ଜିଲ୍ଲା…..

କେନ୍ଦୁଝର : ଆଜି ଆମ୍ ଆଦମୀ ପାର୍ଟି କେନ୍ଦୁଝର ତରଫରୁ ସ୍ଥାନୀୟ ତୈଳିକ ସମାଜ ଠାରେ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶାରେ ଶିକ୍ଷା, ସ୍ୱାସ୍ଥ୍ୟ, ବିଜୁଳି, ପାଣି, ରୋଜଗାର, କୃଷି, ପରିବେଶ,ମହିଳା ସଶକ୍ତିକରଣ ଏବଂ ଆଦିବାସୀ ସମାଜର ଉନ୍ନତ୍ତି ପାଇଁ କିପରି ଆଗାମୀ ଦିନରେ କାର୍ଯ୍ୟ କରାଯିବ କାର୍ଯ୍ୟପନ୍ଥା ସ୍ଥିର କରାଯାଇଥିଲା। ସଂଗଠନକୁ ସୁଦୃଢ କରିବା କେନ୍ଦୁଝର ଜିଲ୍ଲାର ବିଭିନ୍ନ କୋଣ ଅନୁକୋଣ ରୁ ଆସିଥିବା କାର୍ଯ୍ୟକର୍ତ୍ତା ମାନଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା। ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ର ସ୍ୱଚ୍ଛ, ଇମାନଦାର ରାଜନୀତି କୁ ଗ୍ରହଣ କରି ଦେଶକୁ ଏକ ନମ୍ବର ରାଷ୍ଟ୍ର ଗଢିବା ପାଇଁ ସମସ୍ତ ଜନସାଧାରଣଙ୍କୁ ନିବେଦନ କରାଯାଇଥିଲା । କେନ୍ଦୁଝରର କୋଣ ଅନୁକୋଣରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କର ବିକଳ୍ପ ରାଜନୀତିର ବାର୍ତ୍ତା ବା ଦିଲ୍ଲୀ ମଡେଲ କୁ ପହଞ୍ଚାଇବା ନିମନ୍ତେ କର୍ମୀ ମାନଙ୍କୁ ଆହ୍ବାନ କରାଯାଇଥିଲା ।

ଓଡ଼ିଶାରେ ବିଗତ ୨୩ ବର୍ଷଧରି ଶାସନରେ ଥିବା ବିଜୁ ଜନତା ଦଳର ଦୁର୍ନୀତି, ଅରାଜକତା ବିରୁଦ୍ଧରେ ଏବଂ ବିଜେଡି ର ସହଯୋଗୀ ବିଜେପି ଦଳର ଦୋମୁହାଁ ନୀତି ବିରୁଦ୍ଧରେ ଆମ ଆଦମୀ ପାର୍ଟି ରାଜ୍ୟବାସୀଙ୍କର ଏକମାତ୍ର ଆଶା ଓ ଭରସା ଅଟେ l ସମସ୍ତେ ଜାଣିଛନ୍ତି ଯେ ଜନତାର ମୌଳିକ ଆବଶ୍ୟକତା ପୂରଣ କରିବା, ସ୍ୱଚ୍ଛ ଏବଂ ଦୁର୍ନୀତିମୁକ୍ତ ଶାସନ ଦେବା ସହିତ ମଜବୁତ ଅର୍ଥନୀତି ଗଢ଼ିତୋଳିବା ଆମ ଆଦମୀ ପାର୍ଟିର ସ୍ୱତନ୍ତ୍ରତା ଅଟେ l ସମସ୍ତେ ଜାଣନ୍ତି କେନ୍ଦୁଝର ଜିଲ୍ଲା ଏକ ଖଣିଜ ସମ୍ପଦ ରେ ପରିପୂର୍ଣ୍ଣ ଜିଲ୍ଲା। ଏହି ଜିଲ୍ଲା ରୁ ହଜାର ହଜାର କୋଟି ଟଙ୍କା ରାଜସ୍ବ ହିସାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳେ। କିନ୍ତୁ ସ୍ଵାଧୀନତା ର ୭୬ ବର୍ଷ ପୂରଣ ସତ୍ତ୍ଵେ ଆଜି ବି କେନ୍ଦୁଝର ଜିଲ୍ଲା ଏକ ପଛୁଆ ଜିଲ୍ଲାରେ ପରିଗଣିତ ହୁଏ।

ଆଜି ବି ଅନେକ ସ୍ଥାନରେ ପିଇବା ପାଣିର ସୁବିଧା ନାହିଁ। ଲୋକେ ଚୁଆ ପାଣି ବ୍ୟବହାର କରୁଛନ୍ତି। ଅନେକ ସ୍ଥାନକୁ ରାସ୍ତା ର ସଂଯୋଗ ହୋଇନାହିଁ, ରୋଗୀ ଆଣିବା ପାଇଁ ଆମ୍ବୁଲାନସ ଯାଇପାରେ ନାହିଁ। ରୋଗୀ ଖଟିଆରେ ବୁହା ହୁଅନ୍ତି। ଆଜି ବି ଅନେକ ସ୍ଥାନରେ ସ୍କୁଲ ଯିବା ପାଇଁ ସୁବିଧା ନାହିଁ । ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ସ୍କୁଲ ଯାଆନ୍ତି। ଆଜି ବି କେନ୍ଦୁଝର ଜିଲ୍ଲା ର ସ୍ବାସ୍ଥ୍ୟ ବ୍ୟବସ୍ଥା ଭଲ ନାହିଁ। ଗୋଟେ ଗୁରୁତର ରୋଗୀ ଆସିଲେ କଟକ କିମ୍ବା ଭୁବନେଶ୍ୱର ମେଡିକାଲ ନଗଲେ ଚିକିତ୍ସା ହୋଇପାରିବ ନାହିଁ। ରୋଜଗାର କଥା ନ କହିବା ଭଲ। କେନ୍ଦୁଝର ଜିଲ୍ଲା ରେ ଖଣି ଥାଇ ମଧ୍ୟ ଚାକିରି ର ସୁବିଧା ଥାଇ ମଧ୍ୟ କେନ୍ଦୁଝର ର ଯୁବକ ଯୁବତୀ ମାନେ ଦାଦନ ଖଟିବାକୁ ଯାଆନ୍ତି।

ଏଭଳି ବ୍ୟବସ୍ଥା କୁ ପରିବର୍ତ୍ତନ କରିବାର ଅଛି। ତେଣୁ ସମସ୍ତ କର୍ମୀ ମାନଙ୍କୁ ଏବଂ ସମସ୍ତ ଜନସାଧାରଣଙ୍କୁ ଆମ୍ ଆଦମୀ ପାର୍ଟି ରେ ସାମିଲ ହେବାକୁ ଆହ୍ବାନ କରାଯାଇଥିଲା। ନୂତନ କେନ୍ଦୁଝର ଗଢିବା, ଆମେ ନୂତନ ଓଡ଼ିଶା ଗଢିବା, ଭାରତ କୁ ଏକ ନମ୍ବର ରାଷ୍ଟ୍ର ରେ ଗଢି ତୋଳିବା ଦିଗରେ ଗୁରୁତ୍ବ ଦିଆଯାଇଥିଲା । ଆଗାମୀ ଦିନରେ ଆମ୍ ଆଦମୀ ପାର୍ଟି ର ସରକାର ହେଲେ କେନ୍ଦୁଝର ରେ ବିଶ୍ଵ ସ୍ତରୀୟ ଶିକ୍ଷା, କେନ୍ଦୁଝର ରେ ସୁପର specialist ମେଡିକାଲ ତିଆରି କରିବା ଏବଂ ମାଗଣା ଚିକିତ୍ସା ସେବା ଯୋଗାଇଦେବା, ସମସ୍ତ ବେରୋଜଗାର ଙ୍କୁ ରୋଜଗାର ଯୋଗାଇଦେବା ନିମନ୍ତେ ଆମ୍ ଆଦମୀ ପାର୍ଟି କାର୍ଯ୍ୟ କରିବ।ଆଗାମୀ ଦିନରେ ଅରବିନ୍ଦ କେଜ୍ରିୱାଲ ଙ୍କ ମଡେଲ କୁ ପ୍ରତ୍ୟେକ ବୁଥ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ କର୍ମୀ ମାନଙ୍କୁ କହିଥିଲେ।

୨୦୨୪ ରେ ପାର୍ଟି କେନ୍ଦୁଝର ଜିଲ୍ଲା ର ଲୋକସଭା ସହିତ ସମସ୍ତ ବିଧାନ ସଭା ରେ ପ୍ରାର୍ଥୀ ଦେବ ବୋଲି ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ଗୋପବନ୍ଧୁ ମହାନ୍ତ ସୂଚନା ଦେଇଥିଲେ। ଆଗାମୀ ଦିନରେ ପାର୍ଟି ପ୍ରତ୍ୟେକ ବିଧାନସଭା, ବ୍ଲକ, ଜୋନ, ପଞ୍ଚାୟତ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ କରାଯିବା ସହିତ ପ୍ରତ୍ୟେକ ବୁଥ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତା ଙ୍କୁ ଦାୟିତ୍ଵ ଦିଆଯିବ ବୋଲି ଜିଲ୍ଲା ସଭାପତି ମେଘନାଥ ମାଝୀ ପ୍ରକାଶ କରିଥିଲେ।ସେହିପରି ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ କାର୍ଯ୍ୟକର୍ତ୍ତା ଶରତ ଚନ୍ଦ୍ର ମହାନ୍ତ, ଚନ୍ଦନ କିସ୍କୁ, ବ୍ରଜ କିଶୋର ଟୁଡୁ କାର୍ଯ୍ୟକ୍ରମ ରେ ଯୋଗ ଦେଇ ସଂଗଠନ କେମିତି ଦୃଢ଼ ହେବ ସେ ବିଷୟରେ ଆଲୋକପାତ କରିଥିଲେ

ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ସମସ୍ତ ପଦାଧିକାରୀ ଏବଂ ଜିଲ୍ଲାର ସକ୍ରିୟ କର୍ମୀ, କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ବ୍ଲକ, ଏନ.ଏ.ସି, ମ୍ୟୁନିସିପାଲିଟିରୁ ୩୦୦ ରୁ ଅଧିକ ସକ୍ରୀୟ ପଦାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ l ଏହି ସମ୍ମିଳନୀକୁ ଜିଲ୍ଲା ଆବାହକ ଶ୍ରୀଯୁକ୍ତ ମେଘନାଥ ମାଝୀ, ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ, ଜିଲ୍ଲା ଯୁବ ସଭାପତି ହେମନ୍ତ ମହାନ୍ତ ପରିଚାଳନା କରିଥିଲେ। ଜିଲ୍ଲା ସଂଗଠନ ସମ୍ପାଦକ ଭବାନୀ ଶଙ୍କର ମହାନ୍ତ, ଜିଲ୍ଲା ସମ୍ପାଦକ ଶୁଭଙ୍କର ମହାନ୍ତି, ଜିଲ୍ଲା ସମ୍ପାଦକ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରୁ ଖଗେଶ୍ବର ମହାନ୍ତ, ମନୋରଞ୍ଜନ ପଲେଇ, ସୁଧୀର କୁମାର ମହାନ୍ତ, ମଳୟ ବାରିକ, ସଚ୍ଚିଦାନନ୍ଦ ସାହୁ, ଶଶାଙ୍କ ଶେଖର ସାହୁ, ସନ୍ତୋଷ ବାରିକ, ଦିପୁ ମହାନ୍ତ, ଅଭିମନ୍ୟୁ ମହାନ୍ତ, ବିରେନ୍ଦ୍ର ମହାନ୍ତ, ଦେବାଶିଷ ସେଠୀ, ପ୍ରେମଚାନ୍ଦ ପୃଷ୍ଟି, ସୁଶାନ୍ତ ନାଏକ, ରଣଜିତ୍ ମହାନ୍ତ, ଅଭିରାମ ମୁଣ୍ଡା, ଚିତ୍ତରଞ୍ଜନ ନାଏକ, ସଞ୍ଜୟ ମହାନ୍ତ, ସଦ୍ଦାମ ହୁସେନ, ପପୁନ ଗିରି, ମାଧବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।