ରାସ୍ତାରେ ଝାଡ଼ୁମାରି ଦାୟିତ୍ୱବୋଧର ନିଦର୍ଶନ ଦେଖାଇଲେ ଟ୍ରାଫିକ ହାବିଲଦାର

କଟକ(ଏସ ନ୍ୟୁଜ ) : ଦାୟିତ୍ୱ, କର୍ତ୍ତବ୍ୟ ଓ ସେବା ମନୋଭାବକୁ ନେଇ ହାବିଲଦାର ଲଳିତ ମୋହନ ରାଉତ ସମାଜ ପାଇଁ ଉଦାହରଣ ସାଜିଛନ୍ତି ।ଡିଉଟିରେ ଥିବା ଅବସ୍ଥା ବି ସେ ନିଜ ସମ୍ମାନକୁ ଖାତିର ନକରି ଝାଡ଼ୁଧାରୀ ସର୍ବସାଧାରଣରେ ରାସ୍ତା ସଫା କରିଛନ୍ତି । ଏହାକୁ ନେଇ ତାଙ୍କୁ ସମସ୍ତେ ପ୍ରଶଂସା କରିଥିବା ବେଳେ ଲଳିତ ମୋହନ ରାଉତଙ୍କର ସମାଜସେବା ଓ କର୍ତ୍ତବ୍ୟନିଷ୍ଠତା ଯୋଗୁଁ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଏକହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରିଛନ୍ତି । ସମସ୍ତ ପୋଲିସ ଅଧିକାରୀ ମାନଙ୍କୁ ଭବିଷ୍ୟତରେ ଏଭଳି କାର୍ଯ୍ୟ ବଜାୟ ରଖିଲେ ପୋଲିସ ବିଭାଗକୁ ଗୌରବ ଆଣିଦେବ ବୋଲି କହିଛନ୍ତି ।

କଟକ ଶିଖରପୁର ଟ୍ରାଫିକ ଛକରେ ରାସ୍ତା କଡରେ ବଜୁରୀ / ଚିପ୍ସ ପଡି ରହି ରାସ୍ତାକୁ ଅବରୋଧ କରୁଥିଲା । ଗତ ୧୭ ତାରିଖ ଦିନ ଠିକ ଅପରାହ୍ନ ୪ ଟା ସମୟରେ ଏହି ଟ୍ରାଫିକ ଛକରେ ଯାନବାହାନ ଯିବା ରାସ୍ତାରେ ପ୍ରବଳ ଭିଡ ଜମିଯାଇଥିଲା ।ଟ୍ରାଫିକ ନିୟନ୍ତ୍ରଣ କଣ୍ଟ୍ରୋଲ ବାହାରେ ଥିଲା ।ହାବିଲଦାର ଲଳିତ ମୋହନ ରାଉତ ଡିଉଟିରେ ଥିଲେ । କିଛି ଅଂଶ ଏହି ବଜୁରୀ ବା ଗୋଡି ରାସ୍ତାକୁ ଅବରୋଧ କରିଥିବା ଜାଣି ସେ କାଳ ବିଲମ୍ବ ନ କରି ବା ଅନ୍ୟ ବିଭାଗକୁ ନ ଜଣାଇ ଝାଡ଼ୁଧାରୀ ନିଜେ ବଜୁରୀ ଗୋଡିକୁ ରାସ୍ତାରୁ ହଟାଇଥିଲେ । ସେ ଜାଣି ଥିଲେ ଯେ ଅବରୋଧ ହୋଇଥିବା ବାଟ ଫାଙ୍କା ନ କଲେ ଦୁର୍ଘଟଣା ହେବାର ଆଶଙ୍କା ଅନେକ ରହିଛି । ତେଣୁ ସେ ନିଜର ସମ୍ମାନ କୁ ଖାତିର ନ କରି ଏଭଳି ଦୁଃଶାହସିକ କାମ କରି ଛନ୍ତି ।

ତାଙ୍କର ଦାୟିତ୍ୱବୋଧତା ଓ ସମାଜ ସେବାର ମନୋବୃତ୍ତି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛି ।ପୋଲିସ ମାନଙ୍କ ପାଇଁ ସାହସ ଓ ପୋଲିସ ବିଭାଗକୁ ଗୌରବ ଆଣି ଦେଇଛି ।ଜନସାଧାରଣ ମାନଙ୍କ ପାଇଁ ସେବା କରିବାର ସାମର୍ଥ୍ୟକୁ ସମାଜ ସମ୍ମୁଖ କୁ ଆଣିଛନ୍ତି ।