ଉତ୍ତର ପ୍ରଦେଶରେ ଦଳକୁ ମଜଭୁତ କରିବ ଶିବସେନା

ଲକ୍ଷେ୍ନø: ଶିବସେନା ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ଦଳ । ଉତ୍ତର ପ୍ରଦେଶରେ ବିଜେପିକୁ ଅଧିକ ଶକ୍ତି ମିଳୁଥିବାରୁ ଦେଶରେ ଦଳର ପ୍ରଭାବ ରହିଛି । ଏକଥା ଶିବସେନା ଜାଣିବା ପରେ ଉତ୍ତର ପ୍ରଦେଶରେ ବିଜେପିକୁ ଦୁର୍ବଳ କରିବା ପାଇଁ ସେଠାରେ ନିଜ ଦଳର ସଂଗଠନକୁ ମଜଭୁତ କରୁଛି । ରାଜ୍ୟର ୩୦ ଜିଲ୍ଲାରେ ଜିଲ୍ଲାମୁଖ୍ୟ ନିଯୁକ୍ତି କରିଛି ଦଳ । ଏହା ଛଡ଼ା ସେ ନିଜେ ରାଜ୍ୟର ପ୍ରତି ଜିଲ୍ଲା ଭ୍ରମଣ କରିବେ । ଏବଂ ପ୍ରତି ଜିଲ୍ଲାରେ ନିର୍ବାଚନ ଲଢ଼ିବା ପାଇଁ ଦଳକୁ ମଜଭୁତ କରିବା ଦିଗରେ କାମ କରିବେ । କେବଳ ଲୋକସଭା ନିର୍ବାଚନ ନୁହେଁ ଚଳିତ ବର୍ଷ ହେବାକୁ ଥିବା ମ୍ୟୁନିସିପାଲ ନିର୍ବାଚନ ବି ଲଢିବ ଦଳ । ରାଜ୍ୟରେ ଶିବସେନାକୁ ମଜଭୁତ କରିବା ପାଇଁ ଦଳର ବଡ଼ ବଡ଼ ନେତା ବି ରାଜ୍ୟ ଭ୍ରମଣରେ ଆସି ଦଳକୁ ମଜଭୁତ କରିବେ ବୋଲି ରାଜ୍ୟ ସେନା ସଭାପତି ଅନୀଲ ସିଂହ