ମୁମ୍ବାଇ : ମହାରାଷ୍ଟ୍ରର ଏକ ବସ୍ ଭାରସାମ୍ୟ ହରାଇ ଖାଇକୁ ଖସିପଡିଛି । ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି । ମହାରାଷ୍ଟ୍ର ନନ୍ଦୁରବାର ସ୍ଥିତ ଖାମଚୁନ୍ଦର ଗାଁ ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି ।
ସୂଚନା ଅନୁସାରେ, ଗୁଜୁରାଟ ସୁରଟରୁ ମଲ୍କାପୁର ଯାଉଥିବା ବସ୍ ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ମଙ୍ଗଳବାର ବିଳମ୍ବିର ରାତିରେ ଏହି ଦୁର୍ଘଟଣାଟି ହୋଇଛି । ୩୦ ଫୁଟ ଗଭୀର ଖାଇକୁ ଖସିପଡିଛି ବସ୍ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ପୋଲିସର ତଦନ୍ତ ଅନୁସାରେ ରାତିରେ ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ବସ୍ ଟି ଭାରସାମ୍ୟ ହରାଇଥିଲା । ଫଳରେ ୩୦ ଫୁଟ ଖାଇକୁ ବସ୍ ଟି ଖସିପଡିଥିଲା ।