ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମଥର ମୋଦି-ପୁଟିନ ଆଲୋଚନା
ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ରୁଷ୍ ରାଷ୍ଟ୍ରପତି କହିଛନ୍ତି……
ନୂଆଦିଲ୍ଲୀ: ଉଜବେକିସ୍ତାନ ସମରକନ୍ଦରେ ଦୁଇ ଶୀର୍ଷ ନେତା ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ମଧ୍ୟରେ ଆଲୋଚନା ହୋଇଛି । ଏଠାରେ ଅନୁଷ୍ଠିତ ହେଉଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ଅବସରରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି । ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ଭାରତ-ରୁଷ୍ ମଧ୍ୟରେ ସଂପର୍କ କେତେ ସୁଦୃଢ଼ ତାହା ସାରା ଦୁନିଆ ଜାଣିଛି । ଆଗାମୀ ଦିନରେ ଦୁଇ ରାଷ୍ଟ୍ରର ସଂପର୍କ ଅଧିକ ଘନିଷ୍ଠ ହେବ ।
ପୁଟିନଙ୍କୁ ମୋଦି କହିଥିଲେ ଯେ, ଆପଣଙ୍କର-ମୋର ରାଜନୈତିକ ଜୀବନ ପ୍ରାୟ ଏକା ସମୟରେ ଆରମ୍ଭ ହୋଇଥିଲା । ସେହିପରି ୟୁକ୍ରେନ ଯୁଦ୍ଧ ବିଷୟରେ ମଧ୍ୟ ଆଲୋଚନା ହୋଇଛି । ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଦୁଇ ନେତାଙ୍କ ମଧ୍ୟରେ ମୁହାଁମୁହିଁ ସାକ୍ଷାତ ହୋଇଛି । ୟୁକ୍ରେନ ଯୁଦ୍ଧ ଶୀଘ୍ର ଶେଷ ହେଉ ବୋଲି ରୁଷ୍ ରାଷ୍ଟ୍ରପତି କହିଛନ୍ତି । ସେ କହିଛନ୍ତି ଯେ, ଆମେ ଚାହୁଁଛୁ ଏସବୁ ସରୁ । କିନ୍ତୁ ୟୁକ୍ରେନ ସହଯୋଗ କରୁନଥିବା ପୁଟିନ୍ କହିଛନ୍ତି । କିନ୍ତୁ ଯୁଦ୍ଧ ସାରିବାକୁ ୟୁକ୍ରେନ ସହଯୋଗ କରୁନି ବୋଲି ପୁଟିନ୍ କହିଛନ୍ତି ।