ଅନ୍ତର୍ଜାତୀୟ ହକିରୁ ନମିତା ଟପ୍ପଙ୍କ ଅବସର
ଏହାକୁ ନେଇ ହକି ଇଣ୍ଡିଆ ଓ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦେଇଛି….
ଭୁବନେଶ୍ୱର : ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି ଓଡ଼ିଆ ମହିଳା ହକି ଅଲମ୍ପିଆନ ନମିତା ଟପ୍ପୋ । ଏହାକୁ ନେଇ ହକି ଇଣ୍ଡିଆ ଓ ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦେଇଛି । ଭାରତୀୟ ଦଳରେ ମିଡ ଫିଲଡର ଭାବରେ ୧୫୦ ମ୍ୟାଚ୍ ଖେଳିଛନ୍ତି ନମିତା ଟପ୍ପ । ୨୦୧୨ ମସିହାରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ ନମିତା । ଦୀର୍ଘ ଦଶ ବର୍ଷ ଧରି ଭାରତୀୟ ଦଳର ସଦସ୍ୟ ରହିବା ପରେ ଆଜି ସେ ଅନ୍ତର୍ଜାତୀୟ ହକିକୁ ଅଲବିଦା କହିଛନ୍ତି । ୨୦୧୪ ଓ ୨୦୧୮ରେ ଭାରତୀୟ ଦଳ ଏସିଆନ ଚମ୍ପିଆନସିପରେ ଯଥାକ୍ରମେ କାଂସ୍ୟ ଓ ରୌପ୍ୟ ପଦକ ହାସଲ କରିଥିଲା ।
ଏହି ଦଳର ଜଣେ ପ୍ରମୁଖ ସଦସ୍ୟ ଥିଲେ ମିଡଫିଲ୍ଡର ନମିତା ଟପ୍ପ । ନମିତା କହିଛନ୍ତି ଗତ ୧୦ ବର୍ଷ ମୋ ଜୀବନର ସର୍ବୋତ୍କୃଷ୍ଟ ବର୍ଷ । ମୁଁ ଦିନେ ଦେଶ ପାଇଁ ଖେଳିବାକୁ ସ୍ୱପ୍ନ ଦେଖିଥିଲା, ମୁ ଖୁସି ଯେ, ମୁଁ ମୋର ସ୍ୱପ୍ନ ପୂରଣ କରି ପାରିଛି । ମୁଁ ସବୁବେଳେ ଦଳକୁ ସମର୍ଥନ ଦେଉଥିବି । ବର୍ତ୍ତମାନ ମୁଁ ମୋ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି ।