କର୍ଣ୍ଣାଟକ ହିଜାବ ମାମଲା: ସୁପ୍ରିମକୋର୍ଟରେ ରାୟ ସଂରକ୍ଷିତ

ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି….

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ କର୍ଣ୍ଣାଟକ ହିଜାବ ମାମଲାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ହିଜାବ ନିଷିଦ୍ଧ ଲାଗି ହୋଇଥିବା ଆଦେଶକୁ ଚ୍ୟାଲେଞ୍ଜ କରି ଆଗତ ପିଟିସନ ଉପରେ ଲଗାତାର ୧୦ ଦିନ ହେବ ଶୁଣାଣି କରିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ଼ ନ୍ୟାୟାଳୟ । ବିଚାରପତି ହେମନ୍ତ ଗୁପ୍ତା ଓ ସୁଧାଂଶୁ ଧୁଲିଆଙ୍କ ଗଠିତ ଖଣ୍ଡପୀଠ ଶୁଣାଣି କରି ରାୟ ସଂରକ୍ଷିତ କରିଛନ୍ତି । ପୂର୍ବରୁ ଅଗଷ୍ଟ ୨୯ରେ କର୍ଣ୍ଣାଟକରେ ସ୍କୁଲ କଲେଜରେ ହିଜାବ ନିଷିଦ୍ଧ ମାମଲାକୁ ନେଇ ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କୁ ନୋଟିସ କରି ଜବାବ ତଲବ କରିଥିଲେ ।

ଗଠିତ ଖଣ୍ଡପୀଠ କହିଛନ୍ତି, ବର୍ତ୍ତମାନ ଏହା ଆମ ପାଇଁ ହୋମୱାର୍କ କରିବା ଓ ରାୟ ପ୍ରକାଶ କରିବାର ସମୟ । ଏବେ ବି ଯିଏ ଲିଖିତ ଦଲିଲ ଦେବାକୁ ଚାହୁଁଛନ୍ତି ଦେଇ ପାରିବେ । ଗତ ୧୦ ଦିନ ହେବ ମାମଲା ନିୟମିତ ଶୁଣାଣି ଚାଲିଥିଲା । ଗୁରୁବାର ରାୟ ସଂରକ୍ଷିତ କରି ଶୁଣାଣି ଶେଷ କରିଛନ୍ତି ସୁପ୍ରିମକୋର୍ଟ ।