ଶିବସେନାକୁ ଝଟକା: ଦଶହରା ରାଲି ପାଇଁ ମିଳିଲାନି ଅନୁମତ

ମୁମ୍ବାଇ: ଦଶହରା ରାଲି ପାଳି ଆସୁଥିବା ଶିବସେନାକୁ ଚଳିତ ବର୍ଷ ବାରଣ କରାଯାଇଛି । ଦଶହରା ରାଲି ପାଇଁ ଶିବସେନାକୁ ଅନୁମତି ଦେବାକୁ ମନା କରିଛି ବ୍ରିହାନ ମୁମ୍ବାଇ ମୁନ୍ସିପାଲ କର୍ପୋରେଶନ । ଅନୁମିତି ପାଇଁ ଶିବସେନା ପକ୍ଷରୁ କରାଯାଇଥିବା ଆବେଦନକ ନାମଞ୍ଜୁର ହୋଇଛି । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୌର ସଂସ୍ଥା ପକ୍ଷରୁ ଏହି ନିଷ୍ପତ୍ତି ନିଅଯାଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ରାଲିକୁ ଅନୁମତି ଦେଇ ନାହିଁ ପୌର ସଂସ୍ଥା ।

ଅନ୍ୟପଟେ ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି ନେଇ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା ଗତକାଲି ବମ୍ବେ ହାକୋର୍ଟରେ ଦ୍ୱାରସ୍ଥ ହୋଇଥିଲା । କେନ୍ଦ୍ରୀୟ ମୁମ୍ବାଇରେ ଥିବା ଶିବାଜୀ ପାର୍କରେ ଦଶହରା ଶୋଭାଯାତ୍ରା ଲାଗି ଅନୁମତି ଦେବାକୁ ଦାବି କରି ଶିବସେନା ହାଇକୋର୍ଟରେ ଅପିଲ କରିଛି । ଏହି ପାର୍କରେ ଶିବସେନା ପ୍ରତିବର୍ଷ ବାର୍ଷିକ ଦଶହରା ଶୋଭାଯାତ୍ରା ପାଳନ କରି ଆସୁଛି ।