କେନ୍ଦୁଝର ଉଠା ଜଳସେଚନ ପ୍ରକଳ୍ପ ପାଇଁ ୬୩୯.୪୯ କୋଟି ଟଙ୍କା ଅନୁମୋଦନ, ଧନ୍ୟବାଦ ଦେଲା ଜିଲ୍ଲା ବିଜେଡି
ଏହି ପ୍ରକଳ୍ପ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବା….
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତି ଯୋଗୁଁ ଜଳସେଚନ ସୁବିଧା ହେଉ ନଥିଲା । ଏନେଇ ଚାଷୀ ମାନଙ୍କ ପକ୍ଷରୁ ବହୁବାର ଜଳସେଚନ ପାଇଁ ଦାବି ହେଇ ଆସୁଥିଲା । ଏହି ଜଳସେଚନ ସୁବିଧା କରିବା ପାଇଁ ରାଜ୍ୟ ସରକାର ଉଠା ଜଳସେଚନ ପ୍ରକଳ୍ପ ଅନୁମୋଦନ କରିଛନ୍ତି । ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ମାଧ୍ୟମରେ କେନ୍ଦୁଝର ଜିଲ୍ଲାକୁ ୬୩୯.୪୯ କୋଟି ଟଙ୍କା ଅନୁମୋଦନ କରିଛି ରାଜ୍ୟ କ୍ୟାବିନେଟ ।
ଏହି ଅନୁମୋଦନ ଦ୍ୱାରା କେନ୍ଦୁଝର ଜିଲ୍ଲାର ୧୭ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ କରିହେବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଲୋକ ପ୍ରତିନିଧି । ଏହି ଯୋଜନା ଦ୍ୱାରା କେନ୍ଦୁଝର ଜିଲ୍ଲାର ହାଟଡ଼ିହି, ଆନନ୍ଦପୁର ଓ ଘଷିପୁରା ବ୍ଲକର ଵିଶେଷ ଭାବେ ଉପକୃତ ହେବେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଏହି ପ୍ରକଳ୍ପ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବା ସହ ମୁଖ୍ୟମନ୍ତ୍ରୀ ଓ ୫ଟି ସଚିବଙ୍କୁ ଧନ୍ୟବାଦ ଦେଇଛନ୍ତି ଲୋକ ପ୍ରତିନିଧି ।
ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ କେନ୍ଦୁଝର ଜିଲ୍ଲା ସଭାପତି ମାଧବ ସର୍ଦ୍ଦାରଙ୍କ ନେତୃତ୍ୱରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ , ଘଷିପୁରା ବିଧାୟକ ବଦ୍ରୀ ପାତ୍ର, ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧକ୍ଷ ଜଗନ୍ନାଥ ନାଏକ ଓ ବହୁ ବିଜେଡି ନେତା ଉପସ୍ଥିତ ଥିଲେ ।