କେନ୍ଦୁଝର ରୋଚକମୟ ଖବର

କେନ୍ଦୁଝର : ପ୍ରଧାନମନ୍ତ୍ରୀ ଆବାସ ଘର ଦେବାକୁ କହି ମହିଳାଙ୍କୁ ସରପଞ୍ଚଙ୍କ ସ୍ଵାମୀ ଦୁଷ୍କର୍ମ ଉଦ୍ୟମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦୁଝର SPଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ଅଭିଯୋଗ ଅନୁଯାୟୀ, ଗତ ୬ ତାରିଖରେ ଘସିପୁରା ବ୍ଳକ ବାତୋ ଗାଁର ଜନୈକ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଘର ଯୋଗାଇ ଦେବାକୁ କହି ସରପଞ୍ଚଙ୍କ ସ୍ଵାମୀ ସୁରେନ୍ଦ୍ର ଜେନା ପଞ୍ଚାୟତ କାର୍ଯ୍ୟାଳୟରେ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

ପୀଡ଼ିତା ମହିଳା ଏ ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ସ୍ଥାନୀୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ବିଜେପି ପକ୍ଷରୁ SPଙ୍କୁ ଭେଟି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏହି ମାମଲାରେ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ SDPOଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି SP। (ଜନମୁଖ)